
ବ୍ରହ୍ମପୁର (ଜଗନ୍ନାଥ ସାହୁ): ଝିଅକୁ ଦୁଷ୍କର୍ମ କଲା ବାପା। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବ୍ରହ୍ମପୁର ଜରଡ଼ା ଅଞ୍ଚଳରେ। ବାପା ନିଜ ନାବାଳିକା ଝିଅକୁ ଦୀର୍ଘ ୫ବର୍ଷ ହେଲା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୁଲିସ୍।
ଗତକିଛି ଦିନ ତଳେ ଝିଅ ଜଣଙ୍କ ଏନେଇ ନିଜର ଜଣେ ସହପାଠୀଙ୍କୁ କହିବା ପରେ ସେ ସ୍କୁଲ୍ ଶିକ୍ଷୟିତ୍ରୀମାନଙ୍କୁ ଜଣାଇଥିଲେ। ପରେ ଏନେଇ ଚାଇଲ୍ଡ ଲାଇନ୍ ଓ ପୁଲିସଠାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାକୁ ଗୁରୁତର ସହ ନେଇ ପଚରାଉଚରା କରିବା ପରେ ସତ୍ୟତା ଜାଣିପାରିଥିଲା।
ଆଜି ପୀଡ଼ିତା ନାବାଳିକା ଓ ତାର ବାପାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ ଏଫ୍ଏମ୍ଟିକୁ ଡାକ୍ତରୀ ମାଇନା ପାଇଁ ନେଇଥିଲେ। ପରେ ପୁଲିସ ଅଭିଯୁକ୍ତ ବାପାକୁ କୋର୍ଟ ଚାଲାଣ କରାଯାଇଛି।
from Odisha Reporter http://bit.ly/2tjRNvE
No comments:
Post a Comment