
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ ହେବ। ତେବେ ପିଏମ କିଷାନ ଯୋଜନା ଶୁଭାରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅର୍ଥ ବାର୍ଷିକ ୧୦ ହଜାରକୁ ବୃଦ୍ଧି କରିବା ପାଇଁ ନବୀନ ଚିଠିରେ ଦାବି କରିଛନ୍ତି। ଭୂମିହୀନ ଓ ଭାଗଚାଷୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ ପାଇଁ ନବୀନ ପ୍ରସ୍ତାବ ରଖିଛନ୍ତି।
ସେହିଭଳି କାଳିଆ ଯୋଜନା ନେଇ ମଧ୍ୟ ମୋଦିଙ୍କୁ ଚିଠିରେ ଅବଗତ କରାଇବା ସହ ପୂର୍ବରୁ ମଧ୍ୟ ଏନେଇ ଚିଠି ଲେଖିଥିବା ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଗୋରଖପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିବେ। ପ୍ରଥମ କିସ୍ତି ବାବଦକୁ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୨ ହଜାର ଟଙ୍କା ଯିବ।
from Odisha Reporter https://ift.tt/2ErJQLk
No comments:
Post a Comment