
ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଷ୍ଟୁଡେଣ୍ଟ୍ ଅଫ୍ ଦ’ ଇଅର -୨’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ଅପୋଜିଟ୍ରେ ଅନନ୍ୟା ପାଣ୍ଡେ ଓ ତାରା ସୁତାରିୟା ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ଏହି ୩ କଳାକାର କରନ୍ ଜୋହରଙ୍କ ଚାଟ୍ ଶୋ’ ‘କଫି ଉଇଥ୍ କରନ୍’ରେ ଅତିଥି ଭାବେ ଆସିଥିଲେ। ଏହି ଶୋ’ରେ ଟାଇଗର, ଅନନ୍ୟା ଓ ତାରା ନିଜ ବିଷୟରେ ଖୁବ୍ ମଜାଦାର କଥା ଶେଆର କରିଥିଲେ।
ସେମାନଙ୍କ ମଧ୍ୟରୁ ଟାଇଗର ନିଜ ବିଷୟରେ ଏମିତି କଥା ଶେଆର କରିଥିଲେ ଯାହା ଶୁଣି ସମସ୍ତଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ। ଶୋ’ରେ ଟାଇଗର କହିଥିଲେ, ସେ ଏକୁଟିଆ ଶୁଅନ୍ତି ନାହିଁ। ତାଙ୍କୁ ଏକୁଟିଆ ଶୋଇବାକୁ ଡରଲାଗେ।
କାହିଁକି ଜାଣିଛନ୍ତି?

ଟାଇଗର କହୁଥିଲେ, ‘‘ମୁଁ ଯେବେଠୁ ହରର ଫିଲ୍ମ ଦେଖିଲି, ସେବେଠୁ ମୋତେ ଏକୁଟିଆ ଶୋଇବାକୁ ଡ଼ରଲାଗେ। ମୁଁ ଯେତେବେଳେ କୌଣସି ଦୁର ସ୍ଥାନରୁ ଯାତ୍ରା କରେ ମୋ ସହ କେହି ନା କେହି ସାଙ୍ଗରେ ଥାଆନ୍ତି। ଫିଲ୍ମ କାମରେ ଗଲେ ଟିମ୍ ମେମ୍ବର ରହିଥାନ୍ତି। କୌଣସି ଯାଗାକୁ ବୁଲିବାକୁ ଗଲେ ମୋ ବନ୍ଧୁ ମୋ ସହ ରହିଥାନ୍ତି। ଆଉ ମୁଁ ଯେବେ ଘରେ ରୁହେ ମୋ ମା’ଙ୍କ ପାଖରେ ଶୋଇଥାଏ।’’
ଚାଟ ଶୋ’ରେ ଅନନ୍ୟା ନିଜ କୋ ଷ୍ଟାର ତାରାଙ୍କ ବିଷୟରେ କହିଥିଲେ ଯେ, ତାରା ତାଙ୍କର ସାମାନ୍ୟ କଥା ବାର୍ତ୍ତାରେ ଇଂରାଜୀ ବ୍ୟାକରଣ ଉପରେ ଖୁବ୍ ଧ୍ୟାନ ଦିଅନ୍ତି। ଅନନ୍ୟା କହିଲେ, ‘‘ଯଦି ମୁଁ କହେଁ ‘Tiger and me’ ସେ ତୁରନ୍ତ ‘Tiger and I’ ହେବ ବୋଲି କହି ଦିଅନ୍ତି ।’’ ଅନନ୍ୟା ଏକଥା ବି କହିଥିଲେ ଯେ, ତାରା ଫିଲ୍ମରେ ଆସିବା ପୂର୍ବରୁ ଆମେରିକା ପଢ଼ିବାରୁ ଯିବାକୁ ଚାହୁଁଥିଲେ। ଯେବେ କି ଅନନ୍ୟା ଫିଲ୍ମରେ ଆସିବା ପୂର୍ବରୁ ଅନେକ ଟିଭି ଶୋ’ ଓ ଥିଏଟର କରି ସାରିଛନ୍ତି।
from Odisha Reporter http://bit.ly/2Nb7Fto
No comments:
Post a Comment