ଆରମ୍ଭରୁ ଝୁଣ୍ଟିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଆରମ୍ଭରୁ ଝୁଣ୍ଟିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ: ଶୁଭାରମ୍ଭ ପୂର୍ବରୁ ଅନେକ ବାହାବା ଓ ପ୍ରଶଂସା ସାଉଁଟି କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ସ୍ଥାନ ପାଇଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବାର ଗୋଟିଏ ଦିନ ପରେ ହିଁ ଏହା ଖରାପ ହୋଇଯାଇଥିବା ଜଣାପଡ଼ିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଶଙ୍କ କରାଯାଇଛି ଟ୍ରେନ୍‌ ସାମ୍ନାରେ ଗାଇଗୋରୁ ପଶିଆସିଥିବାରୁ ଏପରି ହୋଇଥାଇପାରେ।

ଟ୍ରେନ୍‌ ୧୮ ନାମକ ଏହି ଇଞ୍ଜିନ୍‌ ବିହୀନ ଟ୍ରେନ୍‌ ଉଦ୍‌ଘାଟନ ପରେ ବାରଣାସୀରୁ ଫେରୁଥିଲା। ନୂଆଦିଲ୍ଲୀଠାରୁ ୨୦୦ କିଲୋମିଟର ଦୂରରେ ଏହା ଖରାପ ହୋଇଯାଇଥିବା ଜଣାଯାଇଛି। ବାରଣାସୀଠାରେ ୩ ଘଣ୍ଟାର ରହଣି ପରେ ସକାଳ ୮.୧୫ଟାରେ ଏହା ଯାତ୍ରା ଆରମ୍ଭ କରିଥିଲା।

ଏହାକୁ ଦିଲ୍ଲୀ ନିଆଯାଇ ମରାମତି କରାଯିବାର ଅଛି। ମରାମତି ପୂର୍ବରୁ ଏହି ଟ୍ରେନ୍‌ ଘଣ୍ଟା ପ୍ରତି ୪୦କିଲୋମିଟର ବେଗରେ ଯିବ। ଏହି ଟ୍ରେନ୍‌ରେ ଯାତ୍ରା କରୁଥିବା ରେଳ ବିଭାଗ କର୍ମଚାରୀ ଏବଂ ସାମ୍ବାଦିକମାନଙ୍କୁ ଅନ୍ୟ ଏକ ଟ୍ରେନ୍‌ରେ ନିଆଯାଇଥିବା ଜଣାଯାଇଛି।

ଭୋର ୫ଟା ବେଳକୁ ହଠାତ କିଛି କୋଚ୍‌ରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା ଏବଂ ପରବର୍ତ୍ତୀ ଷ୍ଟେସନ୍‌ ଚାରମୋଲା ପୂର୍ବରୁ ହିଁ ଏହାର ବେଗ ଘଣ୍ଟାପ୍ରତି ୧୦ କିଲୋମିଟରକୁ ଖସିଆସିଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍‌ର ସର୍ବାଧିକ ସ୍ପିଡ୍‌ ଘଣ୍ଟାପ୍ରତି ୧୮୦ କିଲୋମିଟର, କିନ୍ତୁ ଉଦ୍‌ଘାଟନ ଦିନ ଏହା ୧୩୦ ଯାଏ ଛୁଇଁପାରିଥିଲା।



from Odisha Reporter http://bit.ly/2tpGfXJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages