
ନୂଆଦିଲ୍ଲୀ: ଅସୁସ୍ଥତା ଯୋଗୁ ଆମେରିକାରେ ଚିକିତ୍ସିତ ହେଉଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ ଆଜି ଭାରତ ଫେରିଛନ୍ତି। ଦିଲ୍ଲୀର ଏମ୍ସରେ ଗତବର୍ଷ କିଡ୍ନୀ ପ୍ରତିରୋପଣ କରିଥିବା ଜେଟଲୀ ଅସୁସ୍ଥତା ଅନୁଭବ କରିବାରୁ ଜାନୁଆର ମାସରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ।
ଜେଟଲୀ ଅସୁସ୍ଥ ଥିବାରୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିବା ପୀୟୂଷ ଗୋୟଲ ଫେବୃଆରୀ ୧ରେ ମୋଦି ସରକାରଙ୍କ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ।
ଏବେ ଜେଟଲୀଙ୍କ ପାଖରେ କୌଣସି ମନ୍ତ୍ରୀ ପଦ ନାହିଁ। ତେବେ ଖୁବ୍ଶୀଘ୍ର ତାଙ୍କୁ ଅର୍ଥମନ୍ତ୍ରଣାଳୟ ଦିଆଯିବ ବୋଲି ଜଣାପଡ଼ିଛି। ଆଜି ଭାରତ ଫେରିବା ସମ୍ପର୍କରେ ଜେଟ୍ଲୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଘରକୁ ଫେରି ଥିବାରୁ ବେଶ ଖୁସି ଅନୁଭବ କରୁଛି।”
from Odisha Reporter http://bit.ly/2BsYnEq
No comments:
Post a Comment