
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ଜଙ୍ଗଲୀ ବାର୍ହା ଆତଙ୍କ ଦେଖାଦେଇଛି। ଏକ ଦେଢ଼ ବର୍ଷର ଶିଶୁର ହାତ ପାପୁଲି ଗୋଟିଏ ବାର୍ହା ଛିଡ଼ାଇ ଦେଇଛି। ଖୋର୍ଦ୍ଧା ଜିଲ୍ଲା ଦଧିମାଛଗାଡ଼ିଆ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ବାପାମାଆ କ୍ରସରରେ କାମ କରୁଥିବା ବେଳେ ପାଖରେ ତାଙ୍କ ଝିଅ ଖେଳୁଥିଲା। ଏ ସମୟରେ ବାର୍ହା ଆସି ଆକ୍ରମଣ କରି ଶିଶୁକନ୍ୟାର ହାତ ପାପୁଲି ଛିଡ଼ାଇ ଦେଇଛି। ଛିଣ୍ଡା ପାପୁଲି ସହ ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ଗୁରୁତର ଶିଶୁ ଗଞ୍ଜାମ ଜିଲ୍ଲା ପାଟରାପଲ୍ଲୀ ଅଞ୍ଚଳର ଭିକାରୀ ନାୟକଙ୍କ ଝିଅ ତୁଳସୀ ବୋଲି ଜଣାପଡିଛି।
from Odisha Reporter http://bit.ly/2G96F8C
No comments:
Post a Comment