୫୦ କୋଟି କ୍ଲବ ଛୁଇଁବା ପ୍ରସ୍ତୁତିରେ ‘ଗଲିବୟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

୫୦ କୋଟି କ୍ଲବ ଛୁଇଁବା ପ୍ରସ୍ତୁତିରେ ‘ଗଲିବୟ’

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲିବୟ’ ବକ୍ସ ଅଫିସ୍‌ରେ ଧମାକେଦାର ପ୍ରଦର୍ଶନ କରୁଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ରିଲିଜ ହେବାର ପ୍ରଥମ ୨ ଦିନରେ ପ୍ରାୟ ୩୨ କୋଟି ୫୦ ଲକ୍ଷ ଟଙ୍କାର ଆୟ କରିସାରିଥିଲା। ଫିଲ୍ମଟି ଗୁରୁବାର ୧୯ କୋଟି ୪୦ ଲକ୍ଷ ଟଙ୍କାର ବିଜନେସ୍‌ କରିଛି ଓ ଶୁକ୍ରବାର ଏହା ୧୩ କୋଟି ୧୦ ଲକ୍ଷ ଟଙ୍କା ଆୟ କରିଛି। ତେବେ ୱିକେଣ୍ଡରେ ଏହା ଆହୁରି ଭଲ ପ୍ରଦର୍ଶନ କରିବ ଓ ୫୦ କୋଟି ଆୟ କରିବ ବୋଲି ଆଶା କରାଯାଉଛି।

ଦେଶର ୩ ହଜାର ୩୫୦ଟି ସ୍କ୍ରିନ୍‌ରେ ‘ଗଲିବୟ’କୁ ରିଲିଜ୍‌ କରାଯାଇଛି। ଶୁଣିବାକୁ ମିଳୁଛି ଯେ, ଗତ ଶନିବାର ଫିଲ୍ମଟି ୧୭ କୋଟି ୫୦ ଲକ୍ଷ ଟଙ୍କା ଆୟ କରିଛି। ହେଲେ ଏଯାଏ ଏହାର ବକ୍ସ ଅଫିସ୍‌ ଅଫିସିଆଲ କଲେକ୍ସନ୍ ଜଣାପଡ଼ି ନାହିଁ।

‘ଗଲିବୟ’ ଜରିଆରେ ପ୍ରଥମଥର ପାଇଁ ଆଲିଆ ଏବଂ ରଣବୀର ସିଂହ ସ୍କ୍ରିନ୍ ସେୟାର କରିଛନ୍ତି। ଫିଲ୍ମରେ ରଣବୀରଙ୍କୁ ଜଣେ ଷ୍ଟ୍ରଗଲର ଭାବେ ଉପସ୍ଥାପିତ କରାଯାଇଛି। ଜଣେ ଭଲ ରାପର୍ ହେବାକୁ ଚାହୁଁଥିବା ରଣବୀର କିଭଳି ଗଲିବୟରୁ ରାପର୍ ହୋଇପାରିଛନ୍ତି ତାହା ହେଉଛି ଏହି ପିଲ୍ମର କାହାଣୀ। ଏଥିରେ ରହିଛି ଭରପୁର ଫ୍ୟାମଲି ଡ୍ରାମା। ସବୁ ଦୃଷ୍ଟିରୁ କହିବାକୁ ଗଲେ ଏହାକୁ ଯୁବଗୋଷ୍ଠୀ ବେଶ୍ ପସନ୍ଦ କରୁଛନ୍ତି।



from Odisha Reporter http://bit.ly/2NhOy1b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages