ପାର୍ସଲବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ଡାକ୍ତରଖାନାରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ପାର୍ସଲବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ଡାକ୍ତରଖାନାରେ ଭର୍ତ୍ତି

punjilla

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ପୁଞ୍ଜିଲାଲ ମେହେର ଅସୁସ୍ଥ ହୋଇପଡ଼ିଛି। ତାକୁ ଭୀମଭୋଇ ମେଡିକାଲ୍ କଲେଜ୍‌ରେ ଭର୍ତ୍ତି କରାଯାଇଛି। ଖାଇ ନ ଥିବା ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିବା ଡାକ୍ତର ସୂଚନା ଦେଇଛନ୍ତି।

ପାଟଣାଗଡ଼ ଜେଲ୍‌ରୁ ବଲାଙ୍ଗିର ଜେଲ୍‌କୁ ସ୍ଥାନାନ୍ତର କରାଯିବା ପ୍ରତିବାଦରେ ପୁଞ୍ଜିଲାଲ ୧୦ ଦିନ ହେଲା ଅନଶନ କରୁଥିବା ଜଣାପଡ଼ିଛି।

ଫେବୃଆରୀ ୮ ତାରିଖରେ ତାକୁ ପାଟଣାଗଡ଼ ଜେଲ୍‌ରୁ ବଲାଙ୍ଗିର ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଗତ ଜାନୁଆରୀ ୨୪ ତାରିଖରେ ପୁଞ୍ଜିଲାଲ ଅନ୍ୟ ଆଠ ଜଣ କଏଦୀଙ୍କ ସହିତ ମିଶି ଫେରାର ହେବା ପାଇଁ ଉଦ୍ୟମ କରିଥିଲେ ବୋଲି ପାଟଣାଗଡ଼ ଜେଲ୍‌ର ଅଭିଯୋଗ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ତାକୁ ବଲାଙ୍ଗିର ଜେଲ୍‌କୁ ସ୍ଥାନାନ୍ତରଣ କରିବା ପାଇଁ ସେ ଆବେଦନ କରିଥିଲେ। ଏହା ଉପରେ ବିଚାର କରି ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ପୁଞ୍ଜିଲାଲକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଥିଲେ। ତେବେ ସେ କହୁଛି ଯେ ତା’ ନାଁରେ ମିଛ ଅଭିଯୋଗ ଅଣାଯାଇଛି। ସେ ଜେଲ୍‌ରୁ ଫେରାର ହେବାକୁ ଉଦ୍ୟମ କରି ନଥିଲା।

ସୂଚନାଯୋଗ୍ୟ,ଗତ ବର୍ଷ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ର ଭୋଳାନାଥ ପଡ଼ାରେ ପାର୍ସଲ ବୋମା ବିସ୍ଫୋରଣ ଘଟି ଇଂଜିନିୟର ସୌମ୍ୟଶେଖର ସାହୁ ଏବଂ ତାଙ୍କ ସଂପର୍କୀୟ ଜେଜେ ମାଆ ଜେମାମଣିଙ୍କ ମୃତ୍ୟୁ ହୋଇଥିଲା। ସୌମ୍ୟଶେଖରଙ୍କ ପତ୍ନୀ ରୀମାରାଣୀ ଗୁରୁତର ଅବସ୍ଥାରେ ଦୀର୍ଘ ଦିନ ଧରି କଟକ ବଡ ମେଡିକାଲରେ ଚିକିତ୍ସା ହେବା ପରେ ସୁସ୍ଥ ହୋଇଥିଲେ।

ଏହି ମାମଲାର ଏକ ମାତ୍ର ମାଷ୍ଟରମାଇଣ୍ଡ ତଥା ଭଇଁଷା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଘଟଣାର ଦୁଇ ମାସ ପରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।



from Odisha Reporter http://bit.ly/2DP2f30

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages