
ନୂଆଦିଲ୍ଲୀ: ଗତ ଅକ୍ଟୋବରରେ ୱାଇଏସ୍ଆର କଂଗ୍ରେସ ନେତା ୱାଇ.ଏସ୍. ଜଗନ ମୋହନ ରେଡ୍ଡିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ଚାର୍ଜସିଟ୍ ଦାଖଲ ହୋଇଛି। ଜଗନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା NIA ତା’ ଚାର୍ଜସିଟ୍ରେ ଦର୍ଶାଇଛି। ଶ୍ରୀନିବାସ ରାଓ ନାମକ ବ୍ୟକ୍ତି ଏହି ଷଡ଼ଯନ୍ତ୍ର କରିଥିବା NIA ତା’ ଚାର୍ଜସିଟ୍ରେ ଦର୍ଶାଇଛି।
ଏନ୍ଆଇଏ ରିପୋର୍ଟ ଅନୁସାରେ, ଶ୍ରୀନିବାସ, ଜଗନଙ୍କ ଗତିବିଧି ଉପରେ ନଜର ରଖୁଥିଲେ। ଘଟଣାକୁ ଭିନ୍ନ ମୋଡ଼ ଦେବା ପାଇଁ ସେ ହେମଲତା ନାମ୍ନୀ ଜଣେ ମହିଳାଙ୍କ ସାହାଯ୍ୟ ନେଇଥିଲେ। ହେମଲତାଙ୍କ କାମ ଥିଲା, ଜଗନଙ୍କ ସହ ଶ୍ରୀନୀବାସ ଏକ ସେଲ୍ଫି ନେବାକୁ ଚାହୁଁଥିବା କହି ଭେଟ କରାଇବେ। ଅକ୍ଟୋବର ୨୫ ତାରିଖରେ ଜଗନ ହାଇଦ୍ରାବାଦ ଯିବାକୁ ବିମାନବନ୍ଦର ଆସିବା ବେଳେ, ଭେଟ ହୋଇପାରିବ ବୋଲି ହେମଲତା ଶ୍ରୀନିବାସଙ୍କୁ କହିଥିଲେ।
ସେଦିନ ପୂର୍ବାହ୍ନ ପ୍ରାୟ ୧୨ଟା ୧୫ରେ ଶ୍ରୀନିବାସ ବିମାନବନ୍ଦରକୁ ଯାଇ ଭିଆଇପି ଲାଉଞ୍ଜକୁ ଚାଲିଯାଇଥିଲେ। ହେଲେ ସେଠାକୁ ଯିବାକୁ ତାଙ୍କ ପାଖରେ ଅନୁମତି ନଥିଲା। ସିଆଇଏସ୍ଏଫ୍ର ସୁରକ୍ଷାକର୍ମୀଙ୍କ ନଜରରୁ ବଞ୍ଚିବାକୁ ସେ ଏକ ବୋତଲ ଧରି ଆସି ଜଗନଙ୍କ ପାଖରେ ବସି ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲେ।
ଯେତେବେଳେ ଜଗନ ବିମାନରେ ବସିବାକୁ ଉଠିଥିଲେ, ଏହି ସମୟରେ ସେ ତାଙ୍କ ପାଖକୁ ଯାଇ ସେଲଫି ନେବାକୁ ଅନୁରୋଧ କରିଥିଲେ। ବାମ ହାତରେ ସେଲଫି ନେବାବେଳେ, ଡାହାଣ ହାତରେ ପକେଟ୍ରୁ ଛୁରି କାଢ଼ି ଜଗନଙ୍କ ବେକରେ ଭୁସିବାକୁ ଚେଷ୍ଟା କରିଥିଲା। ହେଲେ ଛୁରି ଜଗନଙ୍କ କାନ୍ଧରେ ବାଜିଥିଲା।
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କାର୍ଯ୍ୟଶୈଳୀ ଉପରେ, ଏନ୍ଆଇଏ ତା ଚାର୍ଜସିଟ୍ରେ ପ୍ରଶ୍ନ ଉଠାଇଛି। ବିଭାଗୀୟ କର୍ତ୍ତୃପକ୍ଷ ଶ୍ରୀନିବାସଙ୍କ ଅପରାଧିକ ସମ୍ପର୍କ ବିଷୟରେ ଯାଞ୍ଚ କରିନଥିବା ଓ ପୁଲିସ୍ ରିପୋର୍ଟକୁ ଭରସା କରି ତାଙ୍କୁ ଏଣ୍ଟ୍ରିପାସ୍ ଦେଇଥିବା ଚାର୍ଜସିଟ୍ରେ କୁହାଯାଇଛି।
from Odisha Reporter http://bit.ly/2S0W9qp
No comments:
Post a Comment