ଗୁରୁବାରଠାରୁ ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟି୨୦ ଟୁର୍ଣ୍ଣାମେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ଗୁରୁବାରଠାରୁ ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟି୨୦ ଟୁର୍ଣ୍ଣାମେଣ୍ଟ

କଟକ (ଦେବାଶିଷ ମହାନ୍ତି): ଗୁରୁବାରଠାରୁ କଟକରେ ଆରମ୍ଭ ହେବ ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ ପ୍ରର୍ଯ୍ୟାୟ ମ୍ୟାଚ୍‌। ଗ୍ରୁପ ଡିର ସମସ୍ତ ମ୍ୟାଚ କଟକରେ ହିଁ ଖେଳାଯିବାକୁ ଥିବାବେଳେ ଏଥିରେ ଓଡ଼ିଶା ସମେତ ୮ଟି ଦଳ ଅଂଶଗ୍ରହଣ କରିବେ।

ରଣଜୀ ସିଜନରେ ଉଚ୍ଚମାନର ପ୍ରଦର୍ଶନ ପରେ, ଟିମ୍ ଓଡ଼ିଶା ଟି୨୦ରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି। ଅନ୍ୟପକ୍ଷରେ ମ୍ୟାଚ ପୂର୍ବରୁ ସମସ୍ତ ଦଳ ନେଟ୍ସ ଆରମ୍ଭ କରିସାରିଛନ୍ତି।

ଗୁରୁବାରଠାରୁ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଟିମ୍‌ ଓଡ଼ିଶା ମଧ୍ୟ ଯୋରଦାର ପ୍ରାକ୍ଟିସ୍‌ ଆରମ୍ଭ କରିସାରିଛି। ଘରୋଇ ପରିବେଶର ଫାଇଦା ନେବା ଚକ୍କରରେ ଥିବା ଟିମ୍ ଓଡ଼ିଶା ଯୁବ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଖେଳିବ। ୟଙ୍ଗ୍ ବ୍ରିଗେଡଙ୍କୁ ନେଇ ଓଡ଼ିଶା ମୈଦାନକୁ ଓହ୍ଲାଇବାକୁ ଥିବାବେଳେ ଦଳରେ ଅଭିଜ୍ଞ ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଭଳି ଖେଳାଳି ଅଛନ୍ତି।

ଗ୍ରୁପ ଡିରେ ଟିମ୍ ଓଡ଼ିଶା ସହ ବ୍ୟତୀତ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ହରିୟାଣା, ଛତିଶଗଡ, ମିଜୋରାମ, ଅରୁଣାଚଳ ପ୍ରଦେଶ ଓ ଆସାମ ସ୍ଥାନ ପାଇଛନ୍ତି। ପ୍ରତିଦିନ ବାରବାଟୀ ଓ ଡ୍ରିମ୍ସ ଗ୍ରାଉଣ୍ଡରେ ଚାରିଟି ଲେଖାଏଁ ମ୍ୟାଚ ଖେଳାଯିବ। ଗୁରୁବାର ଓଡ଼ିଶାର ପ୍ରଥମ ମୁକାବିଲାରେ ଛତିଶଗଡ଼କୁ ଭେଟିବ। ଏହି ମ୍ୟାଚ୍‌ ଜିତିବା ପାଇଁ ଉଭୟ ଦଳ ଜୋରଦାର ଅଭ୍ୟାସ ଆରମ୍ଭ କରିସାରିଛନ୍ତି।



from Odisha Reporter https://ift.tt/2T3UFv3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages