
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦୈନନ୍ଦିନ ଜୀବନରେ ମଣିଷ ଅନେକ ସମସ୍ୟାରେ ସମ୍ମୁଖୀନ ହୁଏ। ସେ ଘର ହେଉ ବା ଅଫିସ ସବୁବେଳେ କିଛି ଟେନସନ୍ ମଣିଷକୁ ବିଚଳିତ କରେ। ତେବେ କେତେକ ବ୍ୟକ୍ତି ଏହି ମାନସିକ ଚାପରୁ ନିବୃତ୍ତ ହୋଇପାରନ୍ତି ନାହିଁ। ଫଳରେ ରାତିରେ ନିଦ ଆସେ ନାହିଁ। କେତେକ ବ୍ୟକ୍ତିଙ୍କ ପାଇଁ ଏହା ନିୟମିତ ସମସ୍ୟା ହୋଇ ଉଭା ହୋଇଥାଏ। ଏହାକୁ ନିଦ୍ରାହୀନତା କୁହାଯାଇଥାଏ। ଏହାକୁ ଏକ ରୋଗ ବୋଲି ଧରାଯାଏ।
ଏହାକୁ ଇନ୍ସୋମ୍ନିଆ ମଧ୍ୟ କୁହାଯାଏ। ଆବଶ୍ୟକ ବିଶ୍ରାମ ନ ନେଲେ ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା ଯୋଗୁଁ କୌଣସି କାର୍ଯ୍ୟରେ ମନ ଲାଗେନାହିଁ । ସ୍ମରଣ ଶକ୍ତି କମିଯାଏ । ବିରକ୍ତିଭାବ ବଢ଼େ । କିଛି ଲୋକ ନିୟମିତ ଭାବେ ନିଦ୍ରାହୀନତାରେ ଶିକାର ହୁଅନ୍ତି। ଏଥିପାଇଁ ବିଭିନ୍ନ କାରଣ ଦାୟୀ। ଏହି ନିଦ୍ରାହୀନତା ଉଭୟ ଶାରୀରିକ ଓ ମାନସିକ ଅବସ୍ଥା ଯୋଗୁଁ ହୋଇଥାଏ। ବିଶେଷ କରି ଏହା ମାନସିକ ଅବସାଦରୁ ମଧ୍ୟ ଘଟିଥାଏ । ରାତିରେ କ୍ଳାନ୍ତ ଅନୁଭବ କରିବା ଇତ୍ୟାଦି । ନିୟମିତ ଅନିଦ୍ରା ରହିବା ଏକ ବିଲକ୍ଷଣ। ବିଷେଶଜ୍ଞଙ୍କ ମତରେ ଏଥିପାଇଁ ହୃଦରୋଗ, ହାର୍ଟ ଆଟାକ୍, ଡାଇବେଟିସ୍ ଓ ଜୀବନର ଆୟୁଷ କମିବାର ଆଶଙ୍କା ରହିଛି। ତେବେ ଏହାର ଉପଚାର ମଧ୍ୟ ସମ୍ଭବ। ତେବେ ଆସନ୍ତୁ ଜାଣିବା କିଛି ଉପାୟ।
ଯଦି ନିଦ ନ ଆସୁଛି ତେବେ ଶୋଇବାକୁ ଯିବା ପୂର୍ବରୁ ଏକ ଗ୍ଲାସ୍ ଉଷୁମ କ୍ଷୀର ପିଇପାରିବେ। ଅଧିକ ରାତି ପର୍ଯ୍ୟନ୍ତ କାମ କରନ୍ତୁ ନାହିଁ। ଶୋଇବା ସମୟରେ ଟିଭି ଦେଖିବା, ବହି ପଢ଼ିବା ବା ବିଷାଦଜନକ ଘଟଣାକୁ ନେଇ ଅତ୍ୟଧିକ ଚିନ୍ତା କରନ୍ତୁ ନାହିଁ । ଟିଭି ଦେଖିବା, ବହି ପଢ଼ିବା ଆଦି ଅଭ୍ୟାସ ଥିଲେ ଏହାର ସମୟ ବଦଳାନ୍ତୁ। ନିଶା ସେବନ ଅଭ୍ୟାସ ଥିଲେ ଏହାକୁ ଛାଡ଼ନ୍ତୁ। ପ୍ରତିଦିନ କିଛି ଶାରିରୀକ କାମ,ଯୋଗ, ଆସନ ଓ ପ୍ରାଣାୟାମ କରନ୍ତୁ। ସକାରାତ୍ମକ ଚିନ୍ତା କରନ୍ତୁ । ଆବଶ୍ୟକସ୍ଥଳେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏଲଇଡି ଲାଇଠ ଠାରୁ ଦୂରେଇ ରୁହନ୍ତୁ। ବିଶେଷ କରି ରାତି ସମୟରେ ନୀଳ ଲାଇଟ ପାଖ ମାଡ଼ନ୍ତୁ ନାହିଁ। ଶୋଇବା ରୁମକୁ ଥଣ୍ଡା ରଖନ୍ତୁ।
from Odisha Reporter http://bit.ly/2Gbmn3d
No comments:
Post a Comment