NHM କାର୍ଯ୍ୟାଳୟରେ ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 2, 2019

NHM କାର୍ଯ୍ୟାଳୟରେ ନିଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଯୁନିଟ୍‌ ୮ ସ୍ଥିତ NHM କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ବିଲଡିଂର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଛି। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଟିମ୍‌ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କର୍ମଚାରୀମାନେ ଭୟଭୀତ ହୋଇ ତଳକୁ ପଳାଇ ଆସିଛନ୍ତି। ଅଗ୍ନିକାଣ୍ଡ ଯୋଗୁ ସରକାରୀ କାଗଜପତ୍ର ଓ ଫାଇଲ ପୋଡି ଯାଇଥିବା ଜଣାପଡ଼ିଛି।
ଆଜି ସକାଳେ ରାଜଧାନୀର ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ ଆପୋଲୋ ହସ୍ପିଟାଲରେ ନିଆଁ ଲାଗିଥିଲା। ହସ୍ପିଟାଲର ପଞ୍ଚମ ମହଲାରେ ନିଆଁ ଲାଗି ଥିଲା। ଫଳରେ ଆଇସିୟୁରେ ଥିବା ୨୬ ଜଣ ଗୁରୁତର ରୋଗୀଙ୍କୁ ଅନ୍ୟ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। କଳ୍ପନା ଓ ଚନ୍ଦ୍ରଶେଖରପୁରରୁ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ।

୨୦୧୬ ଅକ୍ଟୋବର ମାସରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ନିଆଁ ଲାଗି ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା।  ଏପଟେ ଆପୋଲୋରେ ବି ପୂର୍ବରୁ ଏକାଧିକ ଥର ନିଆଁ ଲାଗିବାର ନଜିର ରହିଛି। ତେବେ ଆଜିର ଘଟଣା ପରେ ଅଗ୍ନିକାଣ୍ଡର କାରଣ, ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥା, ଉଦ୍ଧାର ପଦକ୍ଷେପ ଆଦି ସମସ୍ତ ଦିଗରୁ ଯାଞ୍ଚ୍ କରାଯିବ ବୋଲି ଅଗ୍ନିଶମ ଡିଜି କହିଛନ୍ତି।



from Odisha Reporter http://bit.ly/2ML0rMK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages