ଟିଟିଲାଗଡ଼ ଟୁକୁନିଙ୍କ ହାତରେ ରହିବ ତ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଟିଟିଲାଗଡ଼ ଟୁକୁନିଙ୍କ ହାତରେ ରହିବ ତ ?

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି):  ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଟିଟିଲାଗଡ଼। ଏହା ରାଜ୍ୟର ୬୯ ନମ୍ୱର ଏହି ନିର୍ବାଚନ ମଣ୍ଡଳୀ। ବଲାଙ୍ଗିର ଜିଲ୍ଲାର ତୁଷୁରା ଏନ୍‌ଏସି, ଟିଟିଲାଗଡ ମ୍ୟୁନିସିପାଲିଟି ଓ ୩ଟି ବ୍ଲକ(ଟିଟିଲାଗଡ଼, ସଇଁତଳା, ଗୁଡଭେଲା)କୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଗତ ୨୦୦୯ରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ପୁର୍ନଗଠନ ହୋଇ ସଇଁତଳା ଓ ଗୁଡଭେଲା ବ୍ଲକ ସହିତ ମିଶି ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ହୋଇଥିଲା। ଯାହାର ମୋଟ ଭୋଟର ସଂଖ୍ୟା ହେଲା ୨,୪୮,୮୮୫ (ପୁରୁଷ-୧,୨୭,୯୨୫, ମହିଳା-୧,୨୦,୯୩୯, କିନ୍ନର-୨୬)।

୨୦୧୪ ସାଧାରଣ ନିର୍ବାଚନରେ ବିଜେଡିର ଟୁକୁନି ସାହୁ ନିର୍ବାଚନ ଜିତେ ବିଧାୟିକା ହୋଇଥିବା ବେଳେ ଏଥର କିନ୍ତୁ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଜିତିବା କାଠିକର ପାଠ ହେବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ପାର୍ଟି ତାଙ୍କ ଉପରେ ପୁଣି ଆସ୍ଥା ଥାପିଛି ଆଉ ଟୁକୁନିଙ୍କ ହାତମୁଠାରେ ଟିଟିଲାଗଡ଼ର ଭାଗ୍ୟ ବୋଲି ବିଜେଡି ଶିବିରରୁ କଥା ଉଠୁଛି।

୨୦୧୯ ନିର୍ବାଚନ ପାଇଁ ଟିଟିଲାଗଡ଼ ବିଧାନସଭା ମଣ୍ଡଳୀ ବିଧାୟକ ହେବା ପାଇଁ ଦୌଡରେ ୮ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି। ବିଜୁ ଜନତା ଦଳ ତରଫରୁ ଟୁକୁନି ସାହୁ, ଭାରତୀୟ ଜନତା ପାର୍ଟି ତରଫରୁ ଅଶୋକ ଦୋରା, କଂଗ୍ରେସ ପାଇଁ ସୁରେନ୍ଦ୍ର ସିଂଭୋଇ, ବହୁଜନ ସମାଜବାଦୀ ପାର୍ଟି ତରଫରୁ ବିଭିଷଣ ନାଗ, ଅମ୍ୱେଦକରିଆନ ପାର୍ଟି ଅଫ ଇଣ୍ଡିଆ ପାର୍ଟି ତରଫରୁ ମଧୂସୁଦନ ବାରିକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଏମାନଙ୍କ ବ୍ୟତୀତ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ହିଫଜୁଲ ରହମାନ, ସତ୍ୟନାରାୟଣ ବହିଦାର, ଖେମରାଜ ଅଗ୍ରୱାଲ ନିର୍ବାଚନୀ ରଣାଙ୍ଗନରେ ଅବର୍ତ୍ତୀର୍ଣ୍ଣ ହେବେ। ନିର୍ବାଚନରେ ୮ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ମୁଖ୍ୟତଃ ତ୍ରିମୁଖୀ ବିଜେଡି, କଂଗ୍ରେସ ଓ ଭାଜପା  ମଧ୍ୟରେ ପ୍ରତିନ୍ଦ୍ୱନ୍ଦ୍ୱିତା ହେବ ବୋଲି ଚର୍ଚ୍ଚା ହେଉଛି।

କିଏ କେବେ ହୋଇଥିଲେ ବିଧାୟକ

୧୯୫୭- ଅଚ୍ୟୁତାନନ୍ଦ ମହାନନ୍ଦ- ଗଣତନ୍ତ୍ର ପରିଷଦ

୧୯ ୬୧- ଅଚ୍ୟୁତାନନ୍ଦ ମହାନନ୍ଦ – ଗଣତନ୍ତ୍ର ପରିଷଦ

୧୯୬୭- ଅଚ୍ୟୁତାନନ୍ଦ ମହାନନ୍ଦ- ସ୍ୱତନ୍ତ୍ର ପାର୍ଟି

୧୯୭୧- ତପି ଜାଲ- ସ୍ୱତନ୍ତ୍ର

୧୯୭୪- ତପି ଜାଲ- ସ୍ୱତନ୍ତ୍ର

୧୯୭୭- ଲଳିତ ମୋହନ ଗାନ୍ଧି- କଂଗ୍ରେସ

୧୯୮୦- ଲଳିତ ମୋହନ ଗାନ୍ଧି- କଂଗ୍ରେସ(ଆଇ)

୧୯୮୫- ପୂର୍ଣ୍ଣଚନ୍ଦ୍ର ମହାନନ୍ଦ- କଂଗ୍ରେସ(ଆଇ)

୧୯୯୦- ଯୋଗେନ୍ଦ୍ର ବେହେରା-ଜନତା ଦଳ

୧୯୯୫ ଯୋଗେନ୍ଦ୍ର ବେହେରା- ଜନତା ଦଳ

୨୦୦୦- ଯୋଗେନ୍ଦ୍ର ବେହେରା- ବିଜେଡି

୨୦୦୪- ଯୋଗେନ୍ଦ୍ର ବେହେରା-ବିଜେଡି

୨୦୦୯- ସୁରେନ୍ଦ୍ର ସିଂଭୋଇ- କଂଗ୍ରେସ

୨୦୧୪- ଟୁକୁନି ସାହୁ- ବିଜେଡି

 



from Odisha Reporter https://ift.tt/2V5R91a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages