ପରୀକ୍ଷା ଦେବାକୁ ଯାଉଥିଲା ବେଳେ ପିଟିଦେଲା ଟ୍ରକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 25, 2019

ପରୀକ୍ଷା ଦେବାକୁ ଯାଉଥିଲା ବେଳେ ପିଟିଦେଲା ଟ୍ରକ୍

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଚାନ୍ଦପୁର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ସହ ବାଇକର ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ପାଣିକୋଇଲି ତାରିଣୀ ମହାବିଦ୍ୟାଳୟର ରାଜନିତୀ ବିଜ୍ଞାନର ଅଧ୍ୟାପକ ଶିଶିର କୁମାର ଶତପଥୀ।

ଗୁରୁତର ଆହତ ଦୁଇଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଘର ଯାଜପୁର ରୋଡ ଥାନା ପହଙ୍ଗା ଅଞ୍ଚଳରେ। ସେମାନେ ସମ୍ପର୍କରେ ଦୁଇ ଭଉଣୀ ବୋଲି ଜଣାପଡିଛି। ସେମାନେ ତାରିଣୀ ମହାବିଦ୍ୟାଳୟରେ ଯୁକ୍ତ ୩ କଳା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ।

ଆଜି ଦୁଇ ଭଉଣୀ ପରୀକ୍ଷା ଦେବାକୁ ନିଜ ଗାଁର ଅଧ୍ୟାପକ ଶିଶିର ଶତପଥୀଙ୍କ ସହ ବାଇକ୍‌ରେ କଲେଜ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।



from Odisha Reporter https://ift.tt/2HR6VJx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages