
ନୂଆଦିଲ୍ଲୀ: ଫେସବୁକ ପରେ ଏବେ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ଅଧିକୃତ ୟୁ ଟ୍ୟୁବ ଫେକ ନ୍ୟୁଜ ଉପରେ ରୋକ ଲଗାଇବ। ଏମିତିକି ଭିଡିଓ ଅପଲୋଡ କରିଥିବା ବ୍ୟକ୍ତି ବା ସଂସ୍ଥାର ସମସ୍ତ ତଥ୍ୟ ଦେବ ୟୁ ଟ୍ୟୁବ।
ଏବେ ୟୁ ଟ୍ୟୁବ ଟେଲିଭିଜନ ଭଳି ବ୍ରେକିଂ ନ୍ୟୁଜ, ଟପ୍ ନ୍ୟୁଜ ପୋଷ୍ଟ କରାଯିବାର ବ୍ୟବସ୍ଥା କରିଛି। ଭାରତରେ ଏହା ଏବେ ଆରମ୍ଭ ହୋଇଛି। ବଡ଼ ବଡ଼ ଘଟଣା ହେଲେ ଅନେକ ଭିଡିଓ ଅପଲୋଡ ହେଉଛି। ହେଲେ ସଂପୃକ୍ତ ଖବର କେତେ ଠିକ ସେ ବାବଦରେ ୟୁ ଟ୍ୟୁବ ନିରୀକ୍ଷଣ କରିବ। ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଅପଲୋଡ ହୋଇଥିବା ଭିଡିଓର ନିରୀକ୍ଷଣ ପାଇଁ ବ୍ୟବସ୍ଥା ରହିଛି। ଏଥିପାଇଁ ଦେଶର କିଛି ପ୍ରତିଷ୍ଠିତ ଘରୋଇ ଗଣମାଧ୍ୟମ ସଂସ୍ଥାଙ୍କୁ ଅନୁବନ୍ଧିତ କରିଛି ୟୁ ଟ୍ୟୁବ।
ଯଦି କେହି ଭିଡିଓ ଅପଲୋଡ କରିବା ବେଳେ ୟୁ ଟ୍ୟୁବର ଗାଇଡ ଲାଇନ ଉଲ୍ଲଂଘନ କରନ୍ତି, ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସାଙ୍ଗକୁ ତାଙ୍କୁ ବ୍ୟାନ କରାଯାଇପାରେ। ଖାଲି ୟୁ ଟ୍ୟୁବ ନୁହେଁ, ଏବେ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ, ସୋଶାଲ ମିଡିଆ କମ୍ପାନୀ ଫେସବୁକ, ଟୁଇଟର ମଧ୍ୟ ଥାର୍ଡ ପାର୍ଟି ସଂସ୍ଥା ସହ ମିଶି ଫେକ୍ ନ୍ୟୁଜ ଉପରେ ରୋକ ଲଗାଇବା ପାଇଁ ଚେଷ୍ଟା କରୁଥିବା ଜଣାପଡିଛି ।
from Odisha Reporter https://ift.tt/2IVVuCl
No comments:
Post a Comment