ଡ୍ରାମା ମଞ୍ଚରେ ଯୁବକଙ୍କ ହାଇ ଡ୍ରାମା: ମାରପିଟ୍‌, ୪ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ଡ୍ରାମା ମଞ୍ଚରେ ଯୁବକଙ୍କ ହାଇ ଡ୍ରାମା: ମାରପିଟ୍‌, ୪ ଆହତ

ପାରାଦୀପ(ଓଡ଼ିଶା ରିପୋର୍ଟର)ପାରାଦୀପ କୁଜଙ୍ଗ ଥାନା ସାହାରାଡିଆ ଗ୍ରାମରେ ମାରପିଟ୍ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଥିରେ ଜଣେ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶତାଧିକ ଗ୍ରାମବାସୀ କୁଜଙ୍ଗ ଥାନାରେ ପହଞ୍ଚିଥିଲେ।

ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରିବା ସହ ପରିସ୍ଥିତି ଉପରେ ନଜର ରଖିଛି । ଗାଁରେ ଡ୍ରାମା ଚାଲିଥିବା ବେଳେ ଜଣେ ଡ୍ରାମା କଳାକାର ଉନ୍ମତ୍ତ କାଣ୍ଡ ଭିଆଇଥିଲେ । ଷ୍ଟେଜରେ ଭଙ୍ଗାରୁଜା କରିବା ସହ ଗଣ୍ଡଗୋଳ କରି ଚାଲିଯାଇଥିଲେ।

ଡ୍ରାମା ଆୟୋଜକ ତଥା ଗ୍ରାମବାସୀ ଏ ସମ୍ପର୍କରେ ପଚରାଉଚରା କରିବାକୁ ସମ୍ପୃକ୍ତ ଯୁବକଙ୍କ ଘର ପାଖରେ ପହଞ୍ଚିବା କ୍ଷଣି ଯୁବକର ପରିବାର ଗ୍ରାମବାସୀଙ୍କୁ  ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ନାଏବ ସରପଞ୍ଚ ନରେଶ ପ୍ରଧାନଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବାରୁ କଟକ ପଠାଯାଇଛି। ରାଜନୈତିକ ବିବାଦରୁ ଏହି ଗଣ୍ଡଗୋଳ ଘଟିଥିବା ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2XW1crr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages