ପ୍ରଶ୍ନପତ୍ର ଭାଇରାଲ୍ କରି ୩ ଅଭିଭାବକ ଓ ଜେରକ୍ସ ଦୋକାନୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ପ୍ରଶ୍ନପତ୍ର ଭାଇରାଲ୍ କରି ୩ ଅଭିଭାବକ ଓ ଜେରକ୍ସ ଦୋକାନୀ ଗିରଫ

arrest

ଜୟପୁର(ଟି.ଗୌରିଶଙ୍କର): ମ୍ୟାଟ୍ରିକ୍ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି। କୋରାପୁଟ ଜିଲ୍ଲାର ଜଣେ ଜେରକ୍ସ ଦୋକାନୀ ଓ ୩ ଅଭିଭାବକକୁ ଗିରଫ କରିଛି ପୁଲିସ୍‌। ବନ୍ଧୁଗାଁ ସରକାରୀ ସ୍କୁଲ୍‌ରେ ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କଠାରୁ ଗୋଟିଏ ଲାପଟପ୍, ଜେରକ୍ସ ମେସିନ୍ ଏବଂ ମୋବାଇଲ୍ ଜବତ କରିଛି ପୁଲିସ୍‌।

ମ୍ୟାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ଓଡ଼ିଆର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଏହି ମାମଲାରେ ବନ୍ଧୁଗାଁ ହାଇସ୍କୁଲର ସେଣ୍ଟର ସୁପରିଟେଣ୍ଡେଣ୍ଟ୍ ଓ ଜଣେ ଶିକ୍ଷକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। କୋରାପୁଟ ଡିଇଓଙ୍କ ଏତଲାକୁ ଭିତ୍ତି କରି ଏହି ଦୁଇ ଶିକ୍ଷକଙ୍କ ନାଁରେ ଥାନାରେ ମାମଲା ଦାଏର ହୋଇଛି।



from Odisha Reporter https://ift.tt/2UdZFuz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages