
ମୁମ୍ବାଇ: ବଲିଉଡ୍ର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନଙ୍କ ଅତି ଲୋକପ୍ରିୟ ଟିଭି ଶୋ’ “କୌନ୍ ବନେଗା କରୋଡ଼ପତି”ର ୧୧ ତମ ସିଜିନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅମିତାଭ ନିଜ ଅଫିସିଆଲ୍ ବ୍ଲଗ୍ରେ ଏହି ସୂଚନା ଦେଇଛନ୍ତି। ଅଭିତାଭ ବଚ୍ଚନ ଏଯାବତ ୭ଟି ସିଜିନ୍କୁ ହୋଷ୍ଟ କରିସାରିଲେଣି। ଏହି ବର୍ଷ ସେ ୮ତମ ହୋଷ୍ଟ ଭାବେ ଶୋ’ର ପରିଚାଳନା କରିବେ।
ଏହି ସୂଚନା ଦେଇ ବିଗ୍ ବି ତାଙ୍କ ଅଫିସିଆଲ୍ ବ୍ଲଗ୍ରେ କହିଛନ୍ତି ଯେ, “କୌନ୍ ବନେଗା କରାଡ୍ପତି”ର ୧୧ତମ ସିଜିନ୍ର ସୁଟିଂ ଆରମ୍ଭ ହୋଇସାରିଛି। ଏହି ଶୋ’ର ଆରମ୍ଭ ୨୦୦୦ ମସିହାରେ ହୋଇଥିଲା। ଆଉ ଏବେ ୨୦୧୯ ଚାଲିଛି। ବଲିଉଡ୍ର ଏତେ ବଡ ଷ୍ଟାର୍ ଭାବେ ସେ ଏହି ଶୋ’କୁ ପ୍ରଥମଥର ପାଇଁ ହୋଷ୍ଟ କରିଥିଲେ।
T 3089 – आदर आदाब अभिनंदन आभार ! मैं अमिताभ बच्चन प्रस्तुत करने जा रहा हूँ , इस वर्ष २०१९ का नया अभियान … कौन बनेगा करोड़पति … KBC !!
बहुत जल्द आपके घरों में !! pic.twitter.com/mzeLj36Wfh— Amitabh Bachchan (@SrBachchan) February 13, 2019
ଦେଶର ଜନତା ମଧ୍ୟ ଏହି ଶୋ’କୁ ପୁଣି ଥରେ ଦେଖିବାକୁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଆଜି ମଧ୍ୟ ଏହି ଶୋ’ ଘରେ ଘରେ ବହୁତ ଲୋକପ୍ରିୟ ଶୋ’ ଭାବେ ପରିଚିତ। ସେ ଏହି ବର୍ଷ ଫେବୃଆରି ମାସରେ ତାଙ୍କ ହୋଷ୍ଟ କରିବା ଶୈଳୀରେ ଟ୍ୱିଟ୍ କରି କହିଥିଲେ ଯେ, ଆଦର୍ ଆଦାବ୍ ଅଭିନନ୍ଦନ ଆଭାର! ମେଁ ଅମିତାଭ ବଚ୍ଚନ ପ୍ରସ୍ତୁତ୍ କରନେ ଯା ରାହାହୁଁ ଇସ୍ ବର୍ଷ ୨୦୧୯ର ନୂଆ ଅଭିଯାନ ‘କୌନ୍ ବନେଗା କରୋଡପତି’। ବହୁତ୍ ଯଲଦ ଆପ୍କେ ଘର୍ମେଁ।
ବିଗ୍ ବିଙ୍କୁ କିଛି ଦିନ ପୂର୍ବରୁ ଆସିଥିବା ଫିଲ୍ମ “ବଦ୍ଲା”ରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ଆଉ ଥରେ ପୁଣି ଅଭିନେତ୍ରୀ ତାପସି ପନ୍ନୁ ଅଭିନୟ କରିଥିଲେ। ଏହା ସହ ସେ ଆଉ ଏକ ବଡ଼ ଫିଲ୍ମରେ କାମ କରୁଛନ୍ତି। ଯେଉଁଥିରେ ତାଙ୍କ ସହ ରଣବୀର କପୁରଙ୍କୁ ଦେଖିବାକୁ ମିଳିବ।
from Odisha Reporter https://ift.tt/2HKpEav




No comments:
Post a Comment