
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କର ଘରୁ ବାହାରକୁ ଯିବାର ଅଛି। ହେଲେ ମେକ୍ଅପ୍ ନେବାକୁ ଟାଇମ୍ ନାହିଁ। ସେତେବେଳେ ଟେନସନ୍ ନନେଇ କେବଳ ଲିପ୍ଷ୍ଟିକ୍ ଲଗାଇଲେ ହିଁ ଆପଣଙ୍କ ମେକ୍ଅପ୍ର ଅଧା କାମ ପୂରା କରିଦେଇଥାଏ। ଆଉ କିଛି ନ ଲଗାଇଲେ ମଧ୍ୟ କେବଳ ଲିପ୍ଷ୍ଟିକ୍ ଲଗାଇଦେଲେ ହିଁ ଆପଣ ସୁନ୍ଦର ଲାଗନ୍ତି। କାହିଁ କେତେ ଦିନରୁ ସୁନ୍ଦର ଦେଖାଯିବାପାଇଁ ମହିଳାମାନେ ଲିପ୍ଷ୍ଟିକ୍ର ବ୍ୟବହାର କରିଆସୁଛନ୍ତି।

କିନ୍ତୁ ଆପଣ ଜାଣିଛନ୍ତି କି, କେବଳ ଲିପ୍ଷ୍ଟିକ୍ ଆପଣଙ୍କୁ ସୁନ୍ଦର କରି ନଥାଏ ଏହା ଆମର ଆହୁରି ଅନେକ ଉପକାର ମଧ୍ୟ କରିଥାଏ। ତେବେ ପଢ଼ନ୍ତୁ ଏହା ଆପଣଙ୍କର ଆଉ କେଉଁ ଉପକାରରେ ଆସିଥାଏ।
ଓଠକୁ ସୁରକ୍ଷା ଦିଏ
ଆମ ଶରୀରର ଅନ୍ୟ ସବୁ ଅଙ୍ଗ ଭଳି ଓଠ ମଧ୍ୟ ଏକ ଜରୁରୀ ଅଙ୍ଗ। ଆଉ ସବୁ ଅଙ୍ଗ ଭଳି ଓଠର ମଧ୍ୟ ଯତ୍ନ ନେବା ଆବଶ୍ୟକ। ତେଣୁ ଯେତେବେଳେ ସୁନ୍ଦର ଦେଖାଯିବା ପାଇଁ ଲିପ୍ଷ୍ଟିକ୍ ଲଗାଉଛନ୍ତି ତାହାଲେ ଏହା ମଧ୍ୟ ଆପଣଙ୍କ ଓଠକୁ ସୁରକ୍ଷା ଦେଉଛି। ଏଠାରେ ଆପଣ ଭାବୁଥିବେ ଏହା କେମିତି ହୋଇଥାଏ।

ତେବେ ଆମେ କହିରଖିବାକୁ ଚାହୁଁଛୁ ଯେ, ବଜାରରେ ମିଳୁଥିବା ପ୍ରାୟ ସବୁ ଲିପ୍ଷ୍ଟିକ୍ରେ ଭିଟାମିନ୍-E, କୋକ ବଟର୍, ଅଏଲ୍ ଆଦି ରହିଥାଏ। ଯାହା ଆମ ଓଠ ପାଇଁ ଆବଶ୍ୟକ ହୋଇଥାଏ। ତେବେ ଆପଣ ଲିପ୍ଷ୍ଟିକ୍ ଲଗାଇଲେ ଏହା ଓଠକୁ ନରମ କରିବା ସହ ଚମକ ମଧ୍ୟ ଆଣିଥାଏ।
ସୂର୍ଯ୍ୟଙ୍କ କିରଣରୁ ରକ୍ଷା କରେ

ଯେତେବେଳେ ଆମେ ଘରୁ ବାହାରକୁ ଯାଇଥାଉ ସେତେବେଳେ ସୂର୍ଯ୍ୟଙ୍କ ଖରାପ କିରଣ ଆମ ତ୍ୱଚା ଉପରେ ପଡ଼ିଥାଏ। ଆପଣ ବୋଧେ କେବେ ଏହି କଥା ଭାବି ନଥିବେ ଯେ, ସୂର୍ଯ୍ୟଙ୍କ କିରଣ ଆମ ଓଠ ଉପରେ ମଧ୍ୟ ପଡ଼ିଥାଏ। ତେଣୁ ଆପଣ ଲିପ୍ଷ୍ଟିକ୍ ଲଗାଇବା ଯୋଗୁ ଏହା ଓଠକୁ ସୂର୍ଯ୍ୟଙ୍କ କିରଣରୁ ମଧ୍ୟ ରକ୍ଷା କରିଥାଏ। ଲିପ୍ଷ୍ଟିକ୍ରେ ଥିବା ଏସ୍ପିଏଫ୍-୧୫ ସୂର୍ଯ୍ୟଙ୍କ କିରଣରୁ ରକ୍ଷା କରିଥାଏ। ଏହା ଓଠକୁ ଶୁଷ୍କ ହେବାକୁ ଦିଏନାହିଁ।
ଆପଣଙ୍କ ହସକୁ ସୁନ୍ଦର କରିଥାଏ

ହସିଲେ ଆମେ ସୁନ୍ଦର ଦେଖାଯିବା ସହ ଅନ୍ୟମାନଙ୍କୁ ମଧ୍ୟ ଭଲ ଲାଗିଥାଏ। ତେବେ ଆପଣ ମନ ଖୋଲିକି ହସିଲା ବେଳେ ଆପଣଙ୍କ ଓଠରେ ଯଦି ଲିପ୍ଷ୍ଟିକ୍ ଥାଏ ତାହାଲେ ଏହା ଆପଣଙ୍କ ହସକୁ ଆହୁରି ଦ୍ୱିଗୁଣିତ କରିଦିଏ। ଯଦି ଆପଣଙ୍କ ସ୍ମାଇଲ୍କୁ ସବୁବେଳେ ବଜାୟ ରଖିବାକୁ ଚାହୁଁଛନ୍ତି, ତାହାଲେ ଆପଣ ଓଠରେ ଲିପ୍ଷ୍ଟିକ୍ ଲଗାନ୍ତୁ। ଏହା ଆପଣଙ୍କ ମୁହଁକୁ ହସ ହସ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଆପଣଙ୍କ ହସ ବହୁତ ପସନ୍ଦ ଆସିବ।
ଲିପ୍ସ୍କୁ ଦେଇଥାଏ ଆକାର

କ’ଣ ଆପଣ ଜାଣନ୍ତି ଯେ, ଆପଣଙ୍କ ଲିପ୍ସ୍କୁ ଲିପ୍ଷ୍ଟିକ୍ ଆକାର ମଧ୍ୟ ଦେଇଥାଏ। ଆଜ୍ଞା ହଁ ଏହା ଆପଣଙ୍କୁ ସୁନ୍ଦର କରିବା ସହ ଲିପ୍ସ୍କୁ ଆକାର ମଧ୍ୟ ଦେଇଥାଏ। ତେବେ ଆପଣ ଅନୁମାନ କରିଥିବେ ଯେତେବଳେ ଆପଣ ଲିପ୍ଷ୍ଟିକ୍ ଅଧିକା ଲଗାନ୍ତି ସେତେବଳେ ଆପଣଙ୍କ ଓଠ ଟିକେ ମୋଟା ଦେଖାଯାଏ।
ଆଉ ଆପଣ ଯେତେବଳେ ପତଳା ଲିପ୍ଷ୍ଟିକ୍ ଲଗାନ୍ତି ସେତେବେଳେ ଓଠ ଟିକେ ପତଳା ମଧ୍ୟ ଦେଖାଯାଏ। ତେବେ ଆପଣ ଏଥିରୁ ଅନୁମାନ କରିପାରୁଥିବେ ଯେ, ଏହା କିଭଳି ଆପଣଙ୍କ ଓଠକୁ ସୁନ୍ଦର ଦେଖାଇବା ସହ ଠିକ୍ ଆକାର ମଧ୍ୟ ଦେଇଥାଏ।
from Odisha Reporter https://ift.tt/2WpGYVu
No comments:
Post a Comment