
ନୂଆଦିଲ୍ଲୀ:ଇଂରାଜୀ ବ୍ୟାକରଣ ଜ୍ଞାନ ନଥିବା କାରଣରୁ ଜଣେ ପଞ୍ଜାବୀ ଯୁବକ ସୋଶାଲ ମିଡିଆରେ ହଟହଟା ହେବାପରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କ ପାଇଁ ଓକିଲାତି କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଯୁବକ ମ୍ୟାଲେସିଆରେ ରୁହନ୍ତି ଏବଂ ତାଙ୍କର ଜଣେ ସାଙ୍ଗଙ୍କୁ ଭାରତ ଫେରାଇନେବାରେ ସହାୟତା ମାଗି ଏହି ଟ୍ୱିଟ୍ କରିଥିଲେ।
ତେବେ ତାଙ୍କ ଟ୍ୱିଟ୍ରେ ଅନେକ ଭୁଲଭଟକା ଲକ୍ଷ୍ୟ କରି ଅନ୍ୟ କିଛି ବ୍ୟବହାରକାରୀ ଏହାକୁ ନେଇ ଥଟ୍ଟା ତାମ୍ସା ଆରମ୍ଭ କରିଥିଲେ। ଏପରିକି ଜଣେ ଲେଖିଥିଲେ, “ଭାଇ ହିନ୍ଦୀ କିମ୍ବା ପଞ୍ଜାବୀରେ ଲେଖିଦେଇଥିଲେ ଭଲ ହୋଇଥାନ୍ତା ?”
ଏହି ଟ୍ୱିଟ୍ ସୁଷମାଙ୍କ ନଜରରେ ଆସିବା କ୍ଷଣି ସେ ଉତ୍ତର ରଖି କହିଲେ, ଏଥିରେ କିଛି ସମସ୍ୟା ନାହିଁ। ବୈଦେଶିକ ମନ୍ତ୍ରୀ ହେବା ପରେ ଯାଇ ମୁଁ ସମସ୍ତ ଆସେଣ୍ଟର ଇଂରାଜୀ ଶିଖିଲି ଏବଂ ବ୍ୟାକରଣ ଶିଖିଲି।
There is no problem. After becoming Foreign Minister, I have learnt to follow English of all accents and grammar. https://t.co/2339A1Fea2
— Sushma Swaraj (@SushmaSwaraj) March 11, 2019
ମୂଳ ଟ୍ୱିଟ୍ରେ ପଞ୍ଜାବୀ ଯୁବକ ଗାଭି ତାଙ୍କ ସାଧ୍ୟମତେ ଇଂରାଜୀରେ ଲେଖିଥିଲେ, “ମୁଁ ଭାରତର ପଞ୍ଜାବରୁ ଆସି ମ୍ୟାଲେସିଆରେ ରହୁଛି। ମୋର ଜଣେ ସାଙ୍ଗ ମାନସିକ ଭାରସାମ୍ୟ ହରାଇଥିବାରୁ ମୁଁ ତାଙ୍କୁ ଭାରତ ପଠାଇବାକୁ ଚାହୁଁଛି। ଇମିଗ୍ରେସନ୍ ବିଭାଗ ପକ୍ଷରୁ କୁହାଯାଇଛି ସେ ସୁସ୍ଥ ହେଲାପରେ ଯାଇ ଫେରିପାରିବେ। ଆପଣ ଇମିଗ୍ରେସନ୍ ବିଭାଗକୁ ଟିକେ କହିପାରିବେ କି।”
@SushmaSwaraj @BBCNews @BBCBreaking
I from India in Punjab but I'm now in Malaysia here one my friend mental I want send go back to India but immigration say we are cannot help you first here treatment your friend after can I send India your friend can you ask immigration— Gavy (@Gavy34196087) March 11, 2019
ତେବେ ଏହାକୁ ଥଟ୍ଟା କରିଥିବା ଯୁବକଙ୍କ ଥ୍ରେଡ୍ରେ ଅନେକ ବ୍ୟବହାରକାରୀ କଡ଼ା ସମାଲୋଚନା କରିଛନ୍ତି। କିଛି ଲେଖିଛନ୍ତି ସେ ଇଂରାଜୀ ଲେଖିପାରିବେ ବୋଲି କିଛି ମାନେ ନାହିଁ, ସେ ମାଗିଥିବା ସହାୟତା ତା’ଠାରୁ ବଡ଼।
from Odisha Reporter https://ift.tt/2UwIhBx
No comments:
Post a Comment