ଛୁଆଙ୍କୁ ଶିଖାନ୍ତୁ ଧ୍ୟାନ, ମିଳିବ ଅନେକ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଛୁଆଙ୍କୁ ଶିଖାନ୍ତୁ ଧ୍ୟାନ, ମିଳିବ ଅନେକ ଫାଇଦା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଆପଣଙ୍କ ଛୁଆ ଆପଣଙ୍କ କଥା ଶୁଣୁନି ? ପାଠପଢାରେ ମନ ଦେଉନି। ଗୋଟେ ଜାଗାରେ ସ୍ଥିର ହୋଇ ବସିପାରୁନି। ଏଥିଲାଗି ବେଶି ଚିନ୍ତିତ ହୁଅନ୍ତୁ ନାହିଁ। ଛୁଆକୁ ଧ୍ୟାନ ବା ମେଡିଟେସନ କରିବା ଶିଖାନ୍ତୁ। କିଛି ଦିନ ପରେ ଫରକ୍‌ ଆପଣ ଅନୁଭବ କରିପାରିବେ।

ଦୈନଦିନ ଜୀବନର ଧାଁ ଦୌଡ଼ରୁ ସମୟ ବାହାର କରି ଧ୍ୟାନ କରିବା ସମସ୍ତଙ୍କ ପକ୍ଷେ ହିତକର। ଏହା କରିବା ଦ୍ୱାରା ମସ୍ତିଷ୍କ ସ୍ଥିର ରହିଥାଏ। କେବଳ ବଡ ନୁହନ୍ତି, ଛୋଟ ଛୁଆ ମଧ୍ୟ ଏହା କରିବା ଦ୍ୱାରା ବହୁ ଲାଭ ପାଇଥାନ୍ତି। ଏହା କରିବା ଦ୍ୱାରା ସେମାନଙ୍କ ମାନସିକ ସ୍ତରରେ ଏକାଗ୍ରତା ଆସିବା ସହ ପାଠପଢା ଓ ଖେଳ କୁଦରେ ମଧ୍ୟ ସେମାନେ ଆଗରେ ରହିପାରିବେ। ଧ୍ୟାନ କରିବା ଦ୍ୱାରା ପିଲାଙ୍କ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

ଛୁଆଙ୍କୁ ଧ୍ୟାନ ପ୍ରତି ଆକର୍ଷିତ କରିବେ କିପରି ?

ଛୋଟ ଛୁଆଙ୍କୁ ଧ୍ୟାନ ପ୍ରତି ଆକର୍ଷିତ କରିବାକୁ ପ୍ରଥମେ ପ୍ରଥମେ ବାପାମା’ଙ୍କୁ ମଧ୍ୟ କଷ୍ଟ କରିବାକୁ ପଡିଥାଏ। ପ୍ରଥମତଃ ଅଢେଇରୁ ୩ ବର୍ଷର ଛୁଆକୁ ଆପଣ ପାର୍କ ନେଇ ଯାଇପାରିବେ। ତାକୁ ସେଠାରେ ଖାଲି ପାଦରେ ଚାଲିବାକୁ ଛାଡି ଦିଅନ୍ତୁ । ଏହାଦ୍ୱାରା ପିଲାଟି ଶୁଦ୍ଦ ବାୟୂ ପାଇପାଇବ ଏବଂ ତାର ପ୍ରକୃତି ପ୍ରତି ଭଲ ପାଇବା ମଧ୍ୟ ବଢିବ। ପିଲାଟି ଟିକେ ବଡ ହୋଇଯିବା ପରେ ପାର୍କ ଯିବା ତା’ର ଏକ ଅଭ୍ୟାସରେ ପରିଣତ ହୋଇଯିବ।

ଏହାପରେ ତା ସହ ପାର୍କର ଏକ ସଫା ଜାଗାରେ ଚେକା ପକାଇ ବସନ୍ତୁ।  ସେଠାରେ ତାକୁ ଆଖି ବନ୍ଦ କରିବାକୁ କୁହନ୍ତୁ । କିଛି ନ ଭାବି ପୁରା ଅଣ୍ଟା ସିଧା ରଖି ବସିବାକୁ ପିଲାକୁ ନିର୍ଦ୍ଦେଶ ଦିଅନ୍ତୁ। ଏହାପରେ  ଦୀର୍ଘ ନିଶ୍ୱାସ  କିପରି ନେବ ତାହା ଶିଖାନ୍ତୁ। ଏହି ସମୟରେ ଛୁଆର ଧ୍ୟାନ  ଅନ୍ୟତ୍ର ଯେପରି କେନ୍ଦ୍ରିତ ନ ହୁଏ ସେଥିଲାଗି ହାଲକାଫୁଲକା ମ୍ୟୁଜିକ୍‌ ମଧ୍ୟ ଲଗାଇ ପାରିବେ।

ଛୁଆଙ୍କୁ କୁହନ୍ତୁ ଏହାର ଫାଇଦା

ଧ୍ୟାନ ସମୟରେ ଛୁଆଙ୍କୁ ପ୍ରଥମେ ଧ୍ୟାନ କେନ୍ଦ୍ରିତ କରିବା ଶିଖାନ୍ତୁ । ଏହାଦ୍ୱାରା ସେମାନଙ୍କର ମସ୍ତିଷ୍କର ବିକାଶ ହେବା ସହ  ସ୍ମରଣ ଶକ୍ତି ମଧ୍ୟ ବଢିବ ବୋଲି ବୁଝାନ୍ତୁ। ଏହି ପ୍ରକ୍ରିୟା କିପରି ଲାଗୁଛି ବୋଲି ଛୁଆକୁ ପଚାରିବାକୁ ଭୁଲନ୍ତୁ ନାହିଁ।

ଛୁଆଙ୍କ ଉପରେ ସୃଷ୍ଟି କରନ୍ତୁନି ଚାପ

ପ୍ରଥମେ ପ୍ରଥମେ ଛୁଆ ଧ୍ୟାନ କରିବା ନିମନ୍ତେ ରାଜି ନ ହେଲେ, ବ୍ୟତିବ୍ୟସ୍ତ ହୋଇପଡ଼ନ୍ତୁ ନାହିଁ। ଧିରେ ଧିରେ ଏହାର ଫାଇଦା ସମ୍ପର୍କରେ ସେମାନଙ୍କୁ ବୁଝାନ୍ତୁ। ଏହାକୁ ସେମାନଙ୍କର ଏକ ଅଭ୍ୟାସରେ ପକାଇ ଦିଅନ୍ତୁ। ଯଦି ଗୋଟିଏ ଛୁଆ ସପ୍ତାହରେ ୨-୩ ଦିନ  ଯୋଗ କରେ, ତାହା  ସେମାନଙ୍କ ଲାଗି ପର୍ଯ୍ୟାପ୍ତ। ଏହା ଆଗକୁ ଯାଇ ଅଭ୍ୟାସରେ ପରିଣତ ହେବ। ଏଥିରେ କୌଣସି ସନ୍ଦେହ ନାହିଁ।

ଯେକୌଣସି ଛୁଆ ଜୀବନରେ ଆଗକୁ ବଢିବା ନିମନ୍ତେ କେବଳ ଧ୍ୟାନ କରିବା ହିଁ ପର୍ଯ୍ୟାପ୍ତ ନୁହେଁ। ଏଥିନିମନ୍ତେ ବାପାମା’ମାନେ ଘରେ ସେପରି ପରିବେଶ ସୃଷ୍ଟି କରିବା ଉଚିତ। ଯେଉଁଠାରେ କି ପିଲାଟି ଖୁସି ରହିବା ଦ୍ୱାରା ତାର ବୌଦ୍ଧିକ ବିକାଶ ଘଟିପାରିବ। ଏଥିନିମନ୍ତେ ବାପାମା’ମାନେ ଟିକେ ସତର୍କତା ଅବଲମ୍ୱନ କରିବା ଉଚିତ। ସେମାନେ ଦୁନିଆକୁ ନିଜ ନଜରରେ ଦେଖିବା ଅପେକ୍ଷା ପିଲାଙ୍କ ନଜରରେ ଦେଖିବାକୁ ଚେଷ୍ଟା କରିବା ଉଚିତ।



from Odisha Reporter https://ift.tt/2UCaZAN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages