
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ସେ ଜରୁରୀକାଳୀନ ଭାବରେ ଦେଶକୁ ସମ୍ବୋଧନ କରି ଆଜି ଭାରତ ହାସଲ କରିଥିବା ମହାକାଶ ସଫଳତା ବିଷୟରେ ବଖାଣିଛନ୍ତି। ସେ ବୁଧବାର କହିଛନ୍ତି, ଏକ ଲାଇଭ୍ ସ୍ୟାଟେଲାଇଟ୍କୁ ଖସାଇବାରେ ସଫଳ ହୋଇ ଆମ ଦେଶ ଏବେ ବିଶ୍ବର ଚତୁର୍ଥ ରାଷ୍ଟ୍ର ଭାବରେ ଆଣ୍ଟି ମିସାଇଲ ସ୍ୟାଟେଲାଇଟ୍ କ୍ଷମତାସମ୍ପନ୍ନ ହୋଇଛି।
‘ମିଶନ୍ ଶକ୍ତି ନାମକ’ ଏହି ୩ ମିନିଟ୍ର ଅଭିଯାନ ପରେ ଭାରତ `ସ୍ପେଶ୍ ସୁପର ଲିଗ୍’ରେ ସାମିଲ ହୋଇଛି। ଏହା ପଦକ୍ଷେପ ଭାରତର ସୁରକ୍ଷା, ଅଥନୀତିକ ପ୍ରଗତି ଏବଂ ଟେକ୍ନୋଲୋଜି ବିକାଶରେ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି। ସେ କହିଛନ୍ତି ଏହି ପଦକ୍ଷେପ କୌଣସି ଦେଶକୁ ଲକ୍ଷ୍ୟ କରି ନିଆଯାଇନାହିଁ। ‘ଲିଓ’ ବା ଲୋ ଆର୍ଥ ଅର୍ବିଟ୍ ସ୍ୟାଟେଲାଇଟକୁ ମିସାଇଲ ଦ୍ବାରା ଖସାଯାଇପାରିଛି।
ଦୁଇଟି କାରଣ ପାଇଁ ଏହା ଭାରତ ପାଇଁ ବଡ଼ ସଫଳତା ବୋଲି ମୋଦି କହିଛନ୍ତି। ଆମେରିକା, ରୁଷ୍, ଚୀନ୍ ପରେ ଭାରତ ଚତୁର୍ଥ ରାଷ୍ଟ୍ର ଭାବରେ ଏହି ସ୍ବତନ୍ତ୍ର ଓ ଆଧୁନିକ କ୍ଷମତାର ଅଧିକାରୀ ହେବାର ସଫଳତା ପାଇଛି। ଅନ୍ୟ ପକ୍ଷରେ ଏହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ।
ମୋଦି ଭାରତକୁ ମହାକାଶ ମହାଶକ୍ତି କହିବା ଅବସରରେ ଆହୁରି ମଧ୍ୟ କହିଥିଲେ, ଖସାଯାଇଥିବା ସ୍ୟାଟେଲାଇଟ୍ ସମୁଦ୍ର ପତ୍ତନଠାରୁ ତିନି ଶହ କିଲୋମିଟର ଉଚ୍ଚରେ ପ୍ରଦିକ୍ଷଣ କରୁଥିଲା। ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍(ଡିଆରଡିଓ) ନେତୃତ୍ବରେ ଏହି ମହାକାଶ କାର୍ଯ୍ୟକ୍ରମ ଭାରତର ସମାଗ୍ରୀକ ସୁରକ୍ଷା ଦୃଢ଼ୀକରଣ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଥିଲେ। ଏଥିରେ କୌଣସି ଅନ୍ତର୍ଜାତିକ ନିୟମ ଉଲ୍ଲଂଘନ ହୋଇନଥିବା ସେ କହିଛନ୍ତି।
ଆଜି ଭାରତ କୃଷି, ବିପର୍ଯ୍ୟୟ, ଯୋଗାଯୋଗ, ପାଣିପାଗ ଏବଂ ଦିଗ ନିର୍ଦ୍ଧାରଣ ଆଦି କ୍ଷେତ୍ରରେ ସ୍ୟାଟେଲାଇଟ୍ ଉପରେ ବ୍ୟାପକ ପରିମାଣରେ ନିର୍ଭରଶୀଳ। ସେ ଏହି ମୁହୂର୍ତ୍ତ ପାଇଁ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି କହିଥିଲେ।
#MissionShakti is special for 2 reasons:
(1) India is only the 4th country to acquire such a specialised & modern capability.
(2) Entire effort is indigenous.
India stands tall as a space power!
It will make India stronger, even more secure and will further peace and harmony.— Chowkidar Narendra Modi (@narendramodi) March 27, 2019
କେନ୍ଦ୍ରମନ୍ତ୍ରୀ ନୀତୀନ୍ ଗଡ଼କରୀ ‘ମିଶନ୍ ଶକ୍ତି’ ସହିତ ଜଡ଼ିତ ସମସ୍ତ ବୈଜ୍ଞାନିକଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ଦ୍ରୁତ ଗତିରେ ସମଗ୍ର ବିଶ୍ବର ନେତୃତ୍ବ ନେବାକୁ ଆଗକୁ ବଢ଼ୁଛି। ଏହା କେବଳ ବୃହତ୍ ଆର୍ଥିକ ଶକ୍ତି ନୁହେଁ, ବୃହତ୍ ବିଜ୍ଞାନ ଶକ୍ତି ମଧ୍ୟ ହେବାକୁ ଯାଉଛି।
from Odisha Reporter https://ift.tt/2HVnZ0X
No comments:
Post a Comment