ବିଜେଡିକୁ ବହୁ ଆଶାୟୀ ସମସ୍ୟା: ବିଦ୍ରୋହ ଭୟରୁ ଫେଜ୍ ଓ୍ୱାଇଜ୍ ପ୍ରାର୍ଥୀ ତାଲିକା ପ୍ରକାଶ ଲାଗି ଷ୍ଟ୍ରାଟେଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ବିଜେଡିକୁ ବହୁ ଆଶାୟୀ ସମସ୍ୟା: ବିଦ୍ରୋହ ଭୟରୁ ଫେଜ୍ ଓ୍ୱାଇଜ୍ ପ୍ରାର୍ଥୀ ତାଲିକା ପ୍ରକାଶ ଲାଗି ଷ୍ଟ୍ରାଟେଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏକାଧିକ ଆଶାୟୀ। ତାସାଙ୍ଗକୁ ସିଟିଂ ବିଧାୟକ ଓ ସାଂସଦଙ୍କ ବିରୋଧରେ ଜନମତ। ଏହାକୁ ନେଇ ପ୍ରାର୍ଥି ଚୟନ ଦ୍ୱନ୍ଦ୍ୱରେ ଅଛି ବିଜେଡି। ତେଣୁ ସମ୍ଭାବ୍ୟ ଅସନ୍ତୋଷ ଓ ବିଦ୍ରୋହକୁ ଏଡ଼ାଇବା ଲାଗି ଦଳ ପର୍ଯ୍ୟାୟକ୍ରମେ କରିପାରେ ପ୍ରାର୍ଥୀ ଘୋଷଣା । ପ୍ରଥମ ପର୍ଯ୍ୟାୟ ଲାଗି ତାଲିକା ଚୂଡ଼ାନ୍ତ ହୋଇଥିବା କୁହାଯାଉଥିଲେ ବି ଆଜି ଏସବୁ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ‌ଆଲୋଚନା କରିଛନ୍ତି ନବୀନ ।

ସେ ଫାଇନାଲ୍ ଟଚ୍ ଦେବା ପରେ ତାଲିକା ଘୋଷଣା ସମ୍ଭାବନା ରହିଛି। ଏପଟେ ପ୍ରାର୍ଥୀ ଚୟନକୁ ନେଇ କୌଣସି ଅସୁବିଧା ନାହିଁ ବୋଲି ଦଳ ଦୃଢୋକ୍ତି କରିଛି। ଆଜି ଏକ ବିରାଟ ପଟୁଆରରେ ନବୀନ ନିବାସ ଆସିଥିଲେ ସାରସକଣାର ବିଜେପି ନେତା ରାମ କୁମାର ଶୋରେନ ଓ ତାଙ୍କ ସମର୍ଥକ। ତେବେ ରାମ କୁମାର ଶଙ୍ଖ ଧରିବା ପରେ ସିଟିଂ ଏମଏଲଏ ଭାବେ ଭାଦବ ହାଁସଦାଙ୍କ ଭାଗ୍ୟ ଏବେ ସୂତା ଖିଅରେ। ଏପଟେ ନବୀନ ନିବାସରେ ଆଶାୟୀଙ୍କ ଭିଡ଼ ବଢିବାରେ ଲାଗିଛି। ସାଂସଦଙ୍କଠୁ ଆରମ୍ଭ କରି ବିଧାୟକ ଓ ଅନ୍ୟ ନେତା ନିଜ ନିଜ ସପକ୍ଷରେ ଲବି ପାଇଁ ନବୀନ ନିବାସରେ ପହଞ୍ଚୁଛନ୍ତି ।

ବ୍ରହ୍ଣପୁରରୁ ୫ ଥର ବିଧାୟକ ହୋଇଥିବା ରମେଶ ଚ୍ୟାଉ ପଟ୍ଟନାୟକ ବୟସ ହୋଇଗଲାଣି। ତା’ ସତ୍ତ୍ୱେବି ଆଶା ଛାଡ଼ିନାହାନ୍ତି ସେ। ସେପଟେ ଆଶା ଧରି ବସିଛନ୍ତି ଅନ୍ୟ ଦଳରୁ ଆମଦାନୀ ହୋଇଥିବା ନେତା ଓ ଦଳକୁ ଆସିଥିବା ଅବସରପ୍ରାପ୍ତ ସରକାରୀ ଅଧୀକାରୀ। ସେଦୃଷ୍ଟିରୁ କିଏ ପାଇବେ, କିଏ ବାଦ୍ ପଡିବେ ତାକୁ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି ଆଶାୟୀ। ତେଣୁ ସାମ୍ଭାବ୍ୟ ଅସନ୍ତୋଷ, ବିଦ୍ରୋହକୁ ମ୍ୟାନେଜ କରିବା ଦଳ ପାଇଁ ଏବେ ବଡ ଚ୍ୟାଲେଞ୍ଜ ହେବ। ଖାସ୍ ସେଥି ପାଇଁ ଏକାଥରକେ ନକରି ପର୍ଯ୍ୟାୟ ଅନୁଯାୟୀ  ଟିକଟ ଘୋଷଣା କରିପାରନ୍ତି ନବୀନ।

ତେବେ ଟିକଟ ଲାଗି କସରତ ଭିତରେ କିଛି ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱକୁ ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ବ୍ରହ୍ଣପୁର ଲୋକସଭା ଆସନ ପାଇଁ  ଚନ୍ଦ୍ରଶେଖର ସାହୁ ଓ କଲ୍ୟାଣୀ ଗଜପତିଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ଚେନ୍ଦ୍ରଶେଖର ଦୌଡ଼ରେ ଆଗରେ ଅଛନ୍ତି। କୋରାପୁଟରେ ଝିହ୍ନ ହିକ୍କା କିମ୍ବା ତାଙ୍କ ପତ୍ନୀ କୌଶଲ୍ୟାକୁ ବିଜେଡି ପ୍ରାର୍ଥୀ କରିପାରେ । ତେବେ କୌଶଲ୍ୟା ପ୍ରାର୍ଥି ହେବା ନିଶ୍ଚିତ ବୋଲି କୁହାଯାଉଛି। ନବରଙ୍ଗପୁର ମନ୍ତ୍ରୀ ରମେଶ ମାଝୀଙ୍କ ନାଁ  ସବୁଠୁ ଆଗରେ ଅଛି । କଳାହାଣ୍ଡିରେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କିମ୍ବା ପୁଷ୍ପେନ୍ଦ୍ର ସିଂହଦେଓ ପ୍ରାର୍ଥି ହେବାର ସମ୍ଭାବନା ରହିଛି । ପ୍ରଥମ ପଯର୍ୟାୟ ଲାଗି ଆଜି ଏସବୁ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତ ପାର୍ଟି ସୁପ୍ରିମୋ। ଏମିତିକି ପ୍ରଥମ ପର୍ଯ୍ୟାୟ ଲାଗି ଦୁଇ ଥାକରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ।



from Odisha Reporter https://ift.tt/2u2TzBR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages