ହୋଲି ପାଇଁ ଘରେ ତିଆରି କରନ୍ତୁ ହର୍ବାଲ୍ ରଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ହୋଲି ପାଇଁ ଘରେ ତିଆରି କରନ୍ତୁ ହର୍ବାଲ୍ ରଙ୍ଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି। ରଙ୍ଗ ବିନା ଏହି ପର୍ବର ମାନେ କିଛି ନାହିଁ। ପ୍ରତିବର୍ଷ ଆମେ ଏହି ପର୍ବ ବହୁତ ଧୁମ୍‌ଧାମ୍‌ରେ ପାଳନ କରିଥାଉ।

ପ୍ରତିବର୍ଷ ହୋଲି ଖେଳିବା ପାଇଁ ଆମେ ବଜାରରୁ ରଙ୍ଗ କିଣିଥାଉ। ଅନେକ ଲୋକ ଏହି ରଙ୍ଗକୁ ଖରାପ କହି ହୋଲି ଖେଳି ନଥାନ୍ତି। କିନ୍ତୁ ଆପଣ ଏହି ବର୍ଷ ହୋଲି ପାଳନ କରନ୍ତୁ । ତାହା ପୁଣି ବଜାରରେ ମିଳୁଥିବା ରଙ୍ଗରେ ନୁହେଁ। ହର୍ବାଲ କଲର୍‌ରେ।

ହର୍ବାଲ ହୋଲି ରଙ୍ଗ ବ୍ୟବହାର କଳେ ଆପଣଙ୍କର କୌଣସି ଚର୍ମଜନିତ ସମସ୍ୟା ଦେଖାଯିବ ନାହିଁ। ରଙ୍ଗ ଖେଳିଲା ବେଳେ କେମିକାଲ୍‌ ରଙ୍ଗ ସବୁ ଆଖି କାନକୁ ଚାଲିଯାଇ ଇନ୍‌ଫେକ୍‌ସନ୍‌ ହେବାର ଡର ଥାଏ। ଏହାକୁ ଆପଣ ବ୍ୟବହାର କଲେ ଏହି ଡର ମଧ୍ୟ ରହିବ ନାହିଁ।

ତେବେ ଏହିଠାରେ ଆପଣ ଭାବୁଥିବେ ଆମେ ହର୍ବାଲ ରଙ୍ଗ କେଉଁଠୁ କିଣିବା। ଆପଣଙ୍କୁ ଏହି ରଙ୍ଗ କିଣିବା ଆବଶ୍ୟକ ନାହିଁ। ଏହାକୁ ଆପଣ ନିଜ ଘରେ ପ୍ରସ୍ତୁତ କରିପାରିବେ। ତାହା ପୁଣି ଆପଣଙ୍କ ଘରେ ଥିବା ସାମଗ୍ରୀରେ। ଆଉ ଏହା ସୁଗନ୍ଧଯୁକ୍ତ ମଧ୍ୟ ହୋଇଥାଏ। ଏମିତି ସୁଗନ୍ଧଯୁକ୍ତ ରଙ୍ଗତ ଆପଣ ବଜାରରେ ମଧ୍ୟ ପାଇବେ ନାହିଁ। ତାହାଲେ ଜାଣନ୍ତୁ କିପରି ଆମେ ଏହି ପ୍ରାକୃତିକ ଜିନିଷ ସବୁ ବ୍ୟବହାର କରି ରଙ୍ଗ ପ୍ରସ୍ତୁତ କରିପାରିବା।

ତାହାଲେ ଏହି ରଙ୍ଗ ତିଆରି କରିବା ପାଇଁ ଆପଣଙ୍କୁ ମୁଖ୍ୟତଃ ଦୁଇଟି ଜିନିଷର ଆବଶ୍ୟକ ପଡ଼ିବ। ଗୋଟେ ହେଲା ବେସ୍‌ ଆଉ ଗୋଟେ ହେଲା ରଙ୍ଗ। ବେସ୍‌ ପାଇଁ ଆପଣ କର୍ଣ୍ଣଫ୍ଲୋର୍‌ ନେଇପାରିବେ। ଏହା ସବୁ ମାର୍କେଟରେ ଅତି ସହଜରେ ଆପଣଙ୍କୁ ମିଳିଯିବ।
ଗ୍ରୀନ୍‌ କଲର୍‌ ପାଇଁ ଆପଣ ପାଳଙ୍ଗ ଶାଗ, ପିଙ୍କ୍‌ କଲର୍‌ ପାଇଁ ବିଟ୍‌, ହଳଦିଆ କଲର୍‌ ପାଇଁ ହଳଦୀ ନେଇ ପାରିବେ।

ଆମେ ପ୍ରଥମେ ପାଳଙ୍ଗ ଶାଗ, ବିଟ୍‌ରୁ ରସ ବାହାର କରି ଦୁଇଟି ଭିନ୍ନ ଭିନ୍ନ ପାତ୍ରରେ ରଖିବା। ରସ ବାହାର କଲାବେଳେ ଅଧିକା ପାଣିଆ କରିବେ ନାହିଁ। ଏହାକୁ ଛାଣିକି ଗାଢ଼ା ରଖିବେ। ପ୍ରଥମେ ହଳଦିଆ ରଙ୍ଗ ପାଇଁ କର୍ଣ୍ଣଫ୍ଲୋର୍‌ ନିଅନ୍ତୁ। ଆପଣ ଏଠାରେ ଯେତେ ରଙ୍ଗ ତିଆରି କରିବେ ସେହି ଅନୁସାରେ ଆପଣ କର୍ଣ୍ଣଫ୍ଲୋର୍‌ ନେଇପାରିବେ।

କର୍ଣ୍ଣଫ୍ଲୋର୍‌ରେ ହଳଦିର ଗାଢ଼ା ପେଷ୍ଟକୁ ମିଶାନ୍ତୁ। ସେହିପରି ଆଉ ଏକ ପାତ୍ରରେ କର୍ଣ୍ଣଫ୍ଲୋର୍‌ ନେଇ ବିଟ୍‌ ରସ ମିଶାନ୍ତୁ। ଆଉ ଏହା ପରେ ପାଳଙ୍ଗ ରସ ମଧ୍ୟ ସେହିପରି ଭାବରେ କର୍ଣ୍ଣଫ୍ଲୋର୍‌ରେ ମିଶାନ୍ତୁ। ଏହାକୁ ସୁଗନ୍ଧଯୁକ୍ତ ତିଆରି କରିବା ପାଇଁ ଆପଣ ସେଥିରେ ଅତର ପକାଇ ପାରିବେ। ହଳଦୀ ପେଷ୍ଟରେ ଆପଣ  ଚନ୍ଦନରେ ଅତର ପକାଇ ପାରିବେ। ଏହା ଆପଣଙ୍କ ରଙ୍ଗକୁ ସବୁଠୁ ଖାସ୍‌ କରିବ।

ଏହା ପରେ ଆପଣ ତିଆରି କରିଥିବା ଗାଢ଼ା ଘୋଳକୁ ଖରାରେ ରଖି ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ। ଅଧିକା ସମୟ ଏହାକୁ ଖରାରେ ରଖିବେ ନାହିଁ। ନ ହେଲେ ଏହାର ରଙ୍ଗ ଉଡ଼ି ଯାଇପାରେ। ଏହା ଶୁଖିଗଲା ପରେ ତାକୁ ଅଲଗା ଅଲଗା କରି ଗ୍ରାଇଣ୍ଡ କରିଦିଅନ୍ତୁ। ଏହା ପୂରା ପ୍ଲେନ୍‌ ହୋଇଯିବ।
ଏହାକୁ ଏବେ ଗୋଟେ ପାତ୍ରରେ ରଖି ହୋଲି ଦିନକୁ ଆହୁରି ରଙ୍ଗିନ୍‌, ସୁଗନ୍ଧଯୁକ୍ତ କରନ୍ତୁ।



from Odisha Reporter https://ift.tt/2Ht1BMQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages