ସୁଲତାନ ଆଜଲାନ ଶାହ କପ: ମ୍ୟାଲେସିୟାକୁ ୪-୨ରେ ହରାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ସୁଲତାନ ଆଜଲାନ ଶାହ କପ: ମ୍ୟାଲେସିୟାକୁ ୪-୨ରେ ହରାଇଲା ଭାରତ

ଇପୋ (ମ୍ୟାଲେସିୟା): ଚଳିତ ସୁଲତାନ ଆଜଲାନ କପ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଦ୍ୱିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ନବମ ମୁକାବିଲାରେ ଭାରତ ଆୟୋଜକ ମାଲେସିୟାକୁ ୪-୨ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ଏସୀୟ ଚାମ୍ପିଅନ ଜାପାନକୁ ୨-୦ ଗୋଲରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ କୋରିଆ ସହ ମ୍ୟାଚ ୧-୧ ଗୋଲରେ ଡ୍ର’ କରିଥିଲା।

ଆଜି ମ୍ୟାଚରେ ଭାରତ ପକ୍ଷରୁ ସୁମିତ (୧୭ତମ), ସୁମିତ କୁମାର (୨୭ତମ), ବରୁନ କୁମାର (୩୬ତମ) ଓ ମନଦୀପ ସିଂହ (୫୮ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ମାଲେସିୟା ପକ୍ଷରୁ ଅଧିନାୟକ ରହିମ ରେଜି (୨୧ତମ) ଓ ଅଶାରି ଫିରହାନ (୫୭ତମ) ଗୋଟିଏ ଲେଖାଏ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ଏହି ବିଜୟ ସହ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରିଥିବା ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଛି।

ସ୍ଥାନୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ ଆକର୍ଷଣୀୟ ହୋଇଥିଲା। ମ୍ୟାଚର ପ୍ରଥମ କ୍ୱାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ଏହା ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ସୁମିତ ଗୋଟିଏ ଗୋଲ ଦେଇ ଭାରତ ପାଇଁ ଖାତା ଖୋଲିଥିଲେ। କିନ୍ତୁ ଭାରତର ଏହି ଅଗ୍ରଣୀ ବେଶୀ ସମୟ ତିଷ୍ଠିପାରି ନଥିଲା। ୨୧ତମ ମିନିଟରେ ଆୟୋଜକ ଦଳକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଅଧିନାୟକ ରହିମ ଗୋଲରେ ପରିଣତ କରି ସ୍କୋରକୁ ୧-୧ରେ ବରାବର କରିଥିଲେ।

ପ୍ରଥମାର୍ଦ୍ଧ ଶେଷ ହେବାର ତିନି ମିନିଟ ପୂର୍ବରୁ ଅର୍ଥାତ ମ୍ୟାଚର ୨୭ତମ ମିନିଟରେ ସୁମିତ କୁମାର ଫିଲ୍ଡ ଗୋଲ ଦେଇ ଭାରତକୁ ପୁଣିଥରେ ମ୍ୟାଚରେ ଆଗୁଆ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୨-୧ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ତୃତୀୟ କ୍ୱାର୍ଟରେ ମଧ୍ୟ ଭାରତର ଆକ୍ରମଣ ଜାରି ରହିଥିଲା। ୩୬ତମ ମିନିଟରେ ବରୁନ କୁମାର ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୩-୧ରେ ଆଗୁଆ କରାଇଥିଲେ। ଏହି ଅଗ୍ରଣୀ ସହ ଭାରତ ଅନ୍ତିମ କ୍ୱାର୍ଟରରେ ଓହ୍ଲାଇଥିଲା।

ଏହି କ୍ୱାର୍ଟରର ପ୍ରଥମ ୧୦ ମିନିଟରେ କେହି କାହାରିକୁ ଗୋଲ ଦେଇପାରିନଥିଲେ। କିନ୍ତୁ ୫୭ତମ ମିନିଟରେ ଆୟୋଜକ ଦଳର ଫିରହାନ ଚମତ୍କାର ଫିଲ୍ଡ ଗୋଲ ଦେଇ ସ୍କୋରକୁ ୨-୩ରେ ପହଞ୍ଚାଇଥିଲେ। ଗୋଟିଏ ମିନିଟ ପରେ ଯୁବ ଫରୱାର୍ଡ ମନଦୀପ ଭାରତ ପାଇଁ ଚତୁର୍ଥ ଗୋଲ ସ୍କୋର କରିଥିଲେ। ଏଥିସହ ଭାରତ ମ୍ୟାଚକୁ ୪-୨ ଗୋଲରେ ଜିତି ନେଇଥିଲେ। ଆସନ୍ତାକାଲି ଭାରତର ସାମ୍ନା କ୍ୟାନାଡା ସହ ହେବ। ଆଜି ଖେଳାଯାଇଥିବା ଅନ୍ୟ ମୁକାବିଲା ଗୁଡ଼ିକରେ କ୍ୟାନାଡା ୨-୧ ଗୋଲରେ ଜାପାନକୁ ଏବଂ ଦକ୍ଷିଣ କୋରିଆ ୩-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି।



from Odisha Reporter https://ift.tt/2HFHfAb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages