ଦଳୀୟ ପଦ ଛାଡ଼ିଲେ ଲାଲୁପୁତ୍ର ତେଜ୍‌ ପ୍ରତାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଦଳୀୟ ପଦ ଛାଡ଼ିଲେ ଲାଲୁପୁତ୍ର ତେଜ୍‌ ପ୍ରତାପ

ପାଟନା: ବର୍ତ୍ତମାନ ଜେଲ୍‌ରେ ଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍‌ ପ୍ରତାପ ଯାଦବ ଦଳର ଛାତ୍ର ସଂଗଠନ ସଭାପତି ପଦ ଛାଡ଼ିଛନ୍ତି। ସେ ଛାତ୍ର ରାଷ୍ଟ୍ରୀୟ ଜନତା ଦଳର ସଭାପତି ପଦ ଛାଡ଼ିବା କଥା ନିଜେ ଟ୍ୱିଟ୍‌ କରି ଜଣାଇଛନ୍ତି।

ସେ ତାଙ୍କ ଟ୍ୱିଟ୍‌ରେ ପଦ ଛାଡ଼ିବା ବିଷୟରେ ସୂଚନା ଦେବା ସହିତ କାହାର ନାଁ ନନେଇ ପରୋକ୍ଷରେ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ମୋତେ ନିରୀହ ଭାବୁଥିବା ଲୋକେ ନିଜେ ନିରୀହ। ସେମାନେ ମୋତେ ନିରୀହ ଭାବି ଭୁଲ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କିଏ କେତେ ପାଣିରେ ଅଛି ତାଙ୍କୁ ଜଣା ଅଛି। ତେବେ ଏହା ତାଙ୍କ ପରିବାରର କେଉଁ ଜଣେ ସଦସ୍ୟ କିମ୍ବା ଦଳର ଅନ୍ୟ କାହାକୁ ଲକ୍ଷ୍ୟ କରି କହିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।



from Odisha Reporter https://ift.tt/2UeUHRw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages