କେମିତି କାମ କରେ ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

କେମିତି କାମ କରେ ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌

ନୂଆଦିଲ୍ଲୀ: ମହାକାଶରେ ଯେକୌଣସି ସନ୍ଦିଗ୍ଧ ସ୍ୟାଟେଲାଇଟ୍‌କୁ ନଷ୍ଟ କରିବାର କ୍ଷମତା ଏବେ ଭାରତ ପାଖରେ ରହିଛି। ମିଶନ ଶକ୍ତି ଅଧୀନରେ ଡିଆରଡିଓ ବୈଜ୍ଞାନିକମାନେ ନିମ୍ନ ଭୂକକ୍ଷରେ ଅବସ୍ଥିତ ଏକ ସ୍ୟାଟେଲାଇଟ୍‌କୁ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ତେବେ ଏହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ ଦ୍ୱାରା ସମ୍ଭବ ହୋଇପାରିଛି। ଏହି ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ କ’ଣ? ଏହା କେମିତି ତିଆରି କରାଯାଏ?

ମହାକାଶ ବୈଜ୍ଞାନିକ ଅଜୟ ଲୟେଲଙ୍କ ସୂଚନା ଅନୁଯାୟୀ, ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ ଭିତରେ କୌଣସି ପ୍ରକାରର ବାରୁଦ ଗୁଣ୍ଡ ନଥାଏ। ଏହାକୁ କାଇନାଟିକ୍‌ କିଲ୍ ୱିପନ ମଧ୍ୟ କୁହାଯାଏ। କିନ୍ତୁ ସାଧାରଣ ମିସାଇଲର ଟିପ୍‌ ଉପରେ ବାରୁଦ ଲଗାଯାଏ। ଏହା ଟାର୍ଗେଟକୁ ଛୁଇଁବା ମାତ୍ରେ ବିସ୍ଫୋରଣ କରିଥାଏ।

ହେଲେ ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ ସଂପୂର୍ଣ୍ଣ ଅଲଗା। ଏହା କାଇନାଟିକ୍‌ କିଲ୍‌ ମେକାନିଜିମ୍‌ ଦ୍ୱାରା କାମ କରିଥାଏ। ଏହାର ଉପରି ଭାଗ ବା ୱାରହେଡ୍‌ରେ ଗୋଟିଏ ମେଟାଲ୍‌ ଷ୍ଟ୍ରିପ୍‌ ରହିଥାଏ। ଟାର୍ଗେଟ ହୋଇଥିବା ସ୍ୟାଟେଲାଇଟ୍‌ ଉପରେ ଏହି ମେଟାଲ୍‌ ବଲ୍‌ଟି ପଡ଼ିବା ସହ ଏହାକୁ ନଷ୍ଟ କରିଦେଇଥାଏ ବୋଲି ସେ କହିଛନ୍ତି।

ଏହି ମିସାଇଲ୍‌ ଦ୍ୱାରା ଯେକୌଣସି ରାଷ୍ଟ୍ର ମହାକାଶରେ ଶକ୍ତିଶାଳୀ ହୋଇଯାଇଥାଏ। ପୂର୍ବରୁ ଆମେରିକା, ଚୀନ୍‌ ଓ ରୁଷ ଏଭଳି କ୍ଷମତାର ଅଧିକାରୀ ଥିଲେ। କିନ୍ତୁ ଏବେ ଭାରତ ଏଥିରେ ଯୋଡ଼ି ହୋଇଯାଇଛି। ଆଜି ଯାଏ କୌଣସି ଦେଶ ମହାକାଶରେ ଏହାର ବ୍ୟବହାର କରିନାହାନ୍ତି।



from Odisha Reporter https://ift.tt/2HRYyx8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages