ମାସୁଦ ସହଯୋଗୀକୁ ଭେଟିଲେ ଇମ୍ରାନ୍‌ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ମାସୁଦ ସହଯୋଗୀକୁ ଭେଟିଲେ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ: ଗୋଟିଏ ପଟେ ଭାରତ ସହ କର୍ତ୍ତାରପୁର କରିଡର ପାଇଁ ଆଲୋଚନା କରୁଥିବା ପାକିସ୍ତାନ ଅନ୍ୟପଟେ ବୈଠକ ପୂର୍ବରୁ ଆତଙ୍କବାଦୀଙ୍କ ସହ ସାକ୍ଷତ କରିବା ଏବେ ସାମ୍ନାକୁ ଆସିଛି। ଆଜି କର୍ତ୍ତାରପୁର କରିଡର ନିର୍ମାଣ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ବୈଠକ ହୋଇଛି।

ଏହାପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରୋ ଖଲିସ୍ତାନୀ ନେତା ତଥା କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ଘନିଷ୍ଠ ସହଯୋଗୀ ଗୋପାଲ ଚାୱାଲ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ତାଙ୍କ ସହ ଆଲୋଚନା କରିବା ପରେ ପାକିସ୍ତାନର ଏକ ପ୍ରତିନିଧି ଦଳ ଭାରତୀୟ ପ୍ରତିନିଧି ସହ ବୈଠକ କରିଥିଲେ।

ୱାଘା-ଅଟ୍ଟାରୀ ସୀମାରେ ଏହି ଆଲୋଚନା ହୋଇଥିଲା। ସମ୍ଭବତଃ ଇମ୍ରାନ୍‌ ଖାନ୍‌ ଆତଙ୍କବାଦୀଙ୍କ ସହମତି ପାଇବା ପରେ ଭାରତ ସହ ବୈଠକ କରିଛନ୍ତି। ଏହି କରିଡର ଦେଇ ଆତଙ୍କବାଦୀମାନେ ଭାରତ ଆସିବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଏବେ ଭାରତ ସରକାର ଏହି କରିଡର ଉପରେ ତୀକ୍ଷ୍ଣ ନଜର ରଖିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏହାପୂର୍ବରୁ ଗୋପାଲ ଚାୱାଲା ପାକିସ୍ତାନ ସେନା ମୁଖ୍ୟଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ପାକିସ୍ତାନ ସୀମାରେ କର୍ତ୍ତାରପୁର କରିଡର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ସହ ଗୋପାଲ ଉପସ୍ଥିତ ରହି ବେଶ ହସଖୁସିରେ କଥା ହୋଇଥିଲା। ତେବେ ଏହାକୁ ନେଇ ବିବାଦ ହେବା ପରେ ସେନା ମୁଖପାତ୍ର ଏହା ଉପରେ ସଫେଇ ଦେଇ କହିଥିଲେ ଯେ,“ଜେନେରାଲ ବାଜୱା ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ସହ ସାକ୍ଷାତ କରିଥିଲେ। ହେଲେ ସେ ସମସ୍ତଙ୍କୁ ଚିହ୍ନିଥିବେ ବୋଲି କିଛିମାନେ ନାହିଁ। ତେଣୁ ଗୋପାଲ ସେଠାରେ ଉପସ୍ଥିତ ଥିବାରୁ ଜେନେରାଲ ତାଙ୍କୁ ମଧ୍ୟ ଭେଟିଥିଲେ।



from Odisha Reporter https://ift.tt/2UCw4em

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages