ମୋଜାମ୍ବିକ୍ : ୪୧୭ ମୁଣ୍ଡ ନେଲାଣି ବାତ୍ୟା, ବ୍ୟାପୁଛି ହଇଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ମୋଜାମ୍ବିକ୍ : ୪୧୭ ମୁଣ୍ଡ ନେଲାଣି ବାତ୍ୟା, ବ୍ୟାପୁଛି ହଇଜା

ମାପୁଟୋ: ଦକ୍ଷିଣ ଆଫ୍ରିକୀୟ ଦେଶ ମୋଜାମ୍ବିକରେ ପ୍ରଳୟଙ୍କରୀ ବାତ୍ୟାରେ ମୃତକଙ୍କ ସଂଖ୍ୟା ୪୧୭ରେ ପହଞ୍ଚିଛି । ବର୍ତ୍ତମାନ ମଧ୍ୟ ସ୍ଥିତି ସାଂଘାତିକ ରହିଥିବା ନେଇ ଏହି ଦେଶର ପରିବେଶ ମନ୍ତ୍ରୀ ସେଲସୋ କୋରିଆ ସୂଚନା ଦେଇଛନ୍ତି।

ଗତ ସପ୍ତାହରେ ମୋଜାମ୍ବିକର ବନ୍ଦର ସହର ବେଇରାରେ ଘଣ୍ଟା ପ୍ରତି ୧୭୦ କିଲୋମିଟର ବେଗରେ ପବନ ବୋହିବା ଆରମ୍ଭ ହୋଇ ଜିମ୍ବାୱେ ଏବଂ ମାଲାୱି ଆଡ଼କୁ ମୁହାଁଇଥିଲା। ଏହାର ପ୍ରକୋପ ଏତେ ଥିଲା ଯେ ଅନେକ କୋଠା ଧ୍ୱଂସ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦ ଆଡ଼କୁ ଟାଣି ନେଇଥିଲା ।

ପରିବେଶ ମନ୍ତ୍ରୀ କୋରିଆ କହିଛନ୍ତି, ଧୀରେ ଧୀରେ ସ୍ଥିତି ବଦଳୁଛି। କିନ୍ତୁ ଦୁଃଖର କଥା ହେଉଛି ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ୪୧୭ ଲୋକ ପ୍ରାଣ ହରାଇ ସାରିଲେଣି। ବାତ୍ୟା ସମୟରେ ବ୍ୟାପକ ବର୍ଷା କାରଣରୁ ବୁଜି ଏବଂ ପଙ୍ଗୱେ ନାମକ ଦୁଇଟି ଝଡ଼ ମଧ୍ୟ ତାଣ୍ଡବ ରଚିଛନ୍ତି। ଏହି ଝଡ଼ କାରଣରୁ ଜିମ୍ବାୱେରେ ୨୫୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମାଲାୱାଇରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିଲା।

ଇଣ୍ଟରନ୍ୟାସନାଲ ଫେଡରେସନ୍ ଅଫ୍ ଦି ରେଡକ୍ରସ୍ ଆଣ୍ଡ ରେଡ୍ କ୍ରେସେଣ୍ଟ ସୋଶାଇଟିଜ୍ (ଆଇଏଫଆରସି) ପକ୍ଷରୁ କୁହାଯାଇଛି, ୫ ଲକ୍ଷ ଲୋକ ବସବାସ କରୁଥିବା ବନ୍ଦର ସହର ବେଇରାରେ ହଇଜା ବ୍ୟାପିବା ଆରମ୍ଭ କରିଥିବା ଖବର ମିଳିଛି। ବନ୍ୟା ସମୟରେ ଦୂଷିତ ଜଳ ମାଡ଼ି ଆସିଥିବାରୁ ଜଳଜନିତ ରୋଗ ଆହୁରି ବ୍ୟାପିବାର ସମ୍ଭାବନା ରହିଛି।



from Odisha Reporter https://ift.tt/2FujzfI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages