
ବାଲେଶ୍ୱର/ ନୂଆପଡ଼ା/ ବୌଦ୍ଧ(ଓଡ଼ିଶା ରିପୋର୍ଟର):ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ବାଲେଶ୍ୱରରେ ସଂଧ୍ୟାରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ପ୍ରବଳ ବେଗରେ ପବନ ବହିଥିଲା। ଫଳରେ କିଛି ଅଞ୍ଚଳରେ ଗଛପତ୍ର ଛିଣ୍ଡି ପଡ଼ିବା ସହ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ସେହିପରି ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଅଧିକ ରହିଛି।
ଅପରାହ୍ନ ୩ରୁ ୪ଟା ମଧ୍ୟରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ କୁଆପଥର ବର୍ଷା ହୋଇଛି। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।
from Odisha Reporter https://ift.tt/2UIJANG
No comments:
Post a Comment