
ନୂଆଦିଲ୍ଲୀ: ୧୦ ହଜାର ଡ଼ଲାର ଅର୍ଥ ହେରଫେର ମାମଲାରେ ତଣ୍ଡ ଗଣିବେ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହ ଗିଲାନି। ଏଥିପାଇଁ ୧୪ ଲକ୍ଷ ୪୦ ହଜାର ଟଙ୍କା ଜୋରିମାନା ଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ପଠାଇଛି। ଏହ ସବୁ ବେଆଇନ ଟଙ୍କା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ପାଖରୁ ଇଡ଼ି ଜବତ କରିଥିଲା।
ସୂଚନାଯୋଗ୍ୟ, ମେ’ ୨୦୧୭ରେ ଆତଙ୍କବାଦୀମାନେ କରିଥିବା ଏକ ଟେରର ଫଣ୍ଡିଂ ମାମଲାରେ ସମ୍ପୃକ୍ତି ପାଇଁ ୬ ବିଚ୍ଛିନ୍ନତାବାଦୀ ନେତାକୁ ଗିରଫ କରିଛି ଏନଆଇଏ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ଲିଙ୍କରେ ମଧ୍ୟ ଏହି ବିଚ୍ଛିନ୍ନତାବାଦୀ ନେତା ସାମିଲ ଥିବା ଜଣାପଡ଼ିଛି।
ଯେଉଁ ବିଚ୍ଛିନ୍ନତାବାଦୀ ନେତାଙ୍କ ଆତଙ୍କବାଦୀ ସଂଗଠନ ସହ ଲିଙ୍କ ରହିଛି, ସେମାନଙ୍କ ମଧ୍ୟରେ ବେଆଇନ ଅର୍ଥ କାରବାର ମାମଲାରେ ନୋଟିସ ହୋଇଥିବା ୟାସିନ ମାଲିକ, ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟର ଅଧ୍ୟକ୍ଷ।
from Odisha Reporter https://ift.tt/2FpHAUh
No comments:
Post a Comment