‘ଆହୁରି ଅତ୍ୟାଧୁନିକ ହେବ ଭୁବନେଶ୍ୱର ବିମାନବନ୍ଦର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

‘ଆହୁରି ଅତ୍ୟାଧୁନିକ ହେବ ଭୁବନେଶ୍ୱର ବିମାନବନ୍ଦର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିମାନ ଚଳାଚଳର ଦୃଶ୍ୟପଟ୍ଟ ବଦଳିବ। ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କୁ ମିଳିବ ଅଧିକ ଅତ୍ୟାଧୁନିକ ସୁବିଧା। ରାଜ୍ୟରେ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ଏଠାକାର ଭିତ୍ତିଭୂମି ସଂପ୍ରସାରଣ ଲାଗି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ବିମାନବନ୍ଦରର ତୃତୀୟ ଟର୍ମିନାଲରେ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ପାର୍କିଂ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯାଇଛି। ଆଜି ଓଡ଼ିଶା ଗସ୍ତରେ ଆସିଥିବା ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଏହି ସୂଚନା ଦେଇଛନ୍ତି।
ସେହିଭଳି ରାଉରକେଲା, ଜୟପୁର ଓ ଉତକେଲାକୁ ଅଧିକ ବିମାନ ଉଡ଼ାଇବା ଲାଗି ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, “ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ବର୍ତ୍ତମାନ ଉପଲବ୍ଧ ହେଉଥିବା ବ୍ୟବସ୍ଥାର ଉନ୍ନତିକରଣ ସହ ଯାତ୍ରୀ ପରିବହନ କ୍ଷମତା ୩ ଗୁଣା କରିବାକୁ କାମ ଆରମ୍ଭ ହୋଇଛି। ଏଠାରେ ଯାତ୍ରୀ ପରିବହନ ବାର୍ଷିକ ୪୦ ପ୍ରତିଶତ ହାରରେ ବଢୁଥିବାରୁ ଭିତ୍ତିଭୂମିର ସଂପ୍ରସାରଣ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆ ଭିତ୍ତିଭୂମି ବିକାଶ ଯୋଜନାରେ ସାମିଲ ଅଛି ତୃତୀୟ ଟର୍ମିନାଲ। ୯୩୫ କୋଟି ଟଙ୍କା ବ୍ୟୟରେ ତୃତୀୟ ଟର୍ମିନାଲ ନିର୍ମାଣ କାମ ଦୁଇରୁ ଅଢେଇ ବର୍ଷ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।”
ସେ ଆହୁରି କହିଛନ୍ତି, “ଚଳିତମାସରେ ଝାରସୁଗୁଡ଼ା ବିମାନବନ୍ଦରରୁ  ଦିଲ୍ଲୀ, ବେଙ୍ଗାଳୁରୁ, ହାଇଦ୍ରାବାଦ ଓ କୋଲକାତାକୁ ବିମାନ ସେବା ଆରମ୍ଭ ହେବ। ରାଉରକେଲା ଓ ଜୟପୁର ବିମାନବନ୍ଦର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏସବୁ ସ୍ଥାନରୁ ଖୁବ୍ ଶୀଘ୍ର ଉଡ଼ାଣ ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି।
ବିମାନ ପାର୍କିଂ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି
ପାର୍କିଂ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଇଛି। ବିମାନ ପାର୍କିଂ ଲାଗି ୮ଟି ନୂଆ ବେ’ର ନିର୍ମାଣ ଚାଲିଛି। ସେହିପରି ଯାତ୍ରୀଙ୍କ ଲାଗି ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ନଥିବାରୁ ଏହାର ସମ୍ପ୍ରସାରଣ କରାଯାଉଛି। ଆସନ୍ତା ଏପ୍ରିଲ ପହିଲାରୁ ପ୍ରାଇଭେଟ୍ ନମ୍ବର ଥିବା ଗାଡ଼ି ନେଇ ଯାଉଥିବା ଯାତ୍ରୀଙ୍କୁ ପାର୍କିଂ ଫି’ ଦେବାକୁ ପଡିବ ନାହିଁ। ୬ ମିନିଟରୁ ଅଧିକ ସମୟ ରହିଲେ ପୂର୍ବରୁ ୫୫ ଟଙ୍କା ଦେବାକୁ ପଡୁଥିଲା। ମାତ୍ର ଏହି ନିୟମରେ ପରିବର୍ତ୍ତନ କରାଯାଉଛି। ଯାତ୍ରୀଙ୍କୁ ଡ୍ରପ୍ ବେଳେ ଟାକ୍ସିଗୁଡ଼ିକ ପାଇଁ ପାର୍କିଂ ଫି’ ପ୍ରତ୍ୟାହାର କରାଯାଇଥିବା ବେଳେ ପିକ୍-ଅପ୍ ପାଇଁ ଆସିଥିବା ଟ୍ୟାକ୍ସିକୁ ୪୦ ଟଙ୍କା ଦେବାକୁ ପଡିବ।
ସେହିପରି ଉଡ଼ାଣ ଯୋଜନାରେ ଓଡ଼ିଶା ଲାଗି କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟର ବିମାନ ସେବା ଭିତ୍ତିଭୂମିର ବିକାଶ ଲାଗି ଏହି ଅର୍ଥ ବିନିଯୋଗ କରାଯିବ ବୋଲି ଶ୍ରୀ ସିହ୍ନା କହିଛନ୍ତି।


from Odisha Reporter https://ift.tt/2XAsy6g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages