
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର କିଛି ସ୍ଥାନରେ ଝଡ଼ତୋଫାନ ସହ ବର୍ଷା ହେବ। ଘଡ଼ଘଡ଼ି ବି ମାରିବ। ସେଥିପାଇଁ ୧୦ଟି ଜିଲ୍ଲାକୁ ଅପରାହ୍ନ ୪ଟା ଯାଏ ସତର୍କ ରହିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।
ଭଦ୍ରକ, ବାଲେଶ୍ୱର, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି ହୋଇଛି।
ସୂଚନାଯୋଗ୍ୟ, ଗତକାଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କୁଟୁରିଆ ପଞ୍ଚାୟତର ବାଘମୁଣ୍ଡା ଗାଁରେ ବଜ୍ରାଘାତରେ ଗୋଟିଏ ପରିବାରର ୫ ଜଣ ଆହତ ହୋଇଥିଲେ। ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ କଙ୍କଡ଼ାହାଡ଼ ଅଗ୍ନଶମ ବାହୀନି ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା।
from Odisha Reporter https://ift.tt/2UD2IN4
No comments:
Post a Comment