ଫିଟୁଛି ଏୟାର ଷ୍ଟ୍ରାଇକ୍‌ ଗୁମର, ମିଳିଲା ଆଉ ଏକ ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ଫିଟୁଛି ଏୟାର ଷ୍ଟ୍ରାଇକ୍‌ ଗୁମର, ମିଳିଲା ଆଉ ଏକ ତଥ୍ୟ

ଇସଲାମାବାଦ୍: ପାକିସ୍ତାନରେ ଥିବା ଆତଙ୍କବାଦୀ କ୍ୟାମ୍ପ ପରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍‌ କରିବା ପରେ ବାଲାକୋଟ୍‌ରୁ ଖାଇବର ପଖ୍‌ତୁନ୍‌ଖ୍ୱା ଏବଂ କିଛି ଆଦିବାସୀ ବହୁଳ ଜିଲ୍ଲାକୁ ଶବସବୁ ବୁହାଯାଉଥିବାନେଇ କିଛି ଉର୍ଦ୍ଦୁ ଗଣମାଧ୍ୟମଙ୍କ ପାଖରେ ସୂଚନା ରହିଥିବା ଜଣାଇଛନ୍ତି ଜଣେ ଗିଲ୍‌ଗିଟ୍‌ ସାମାଜିକ କର୍ମୀ।

ଆମେରିକାରେ ରହୁଥିବା ସେଙ୍ଗେ ହାସ୍‌ନାନ୍‌ ସେରିଙ୍ଗ ଏକ ଭିଡିଓ ଟ୍ୱିଟ୍‌ କରି କହିଛନ୍ତି, “ପାକିସ୍ତାନର ସେନା ଅଧିକାରୀ ମାନିଛନ୍ତି ଯେ, ଭାରତର ଏୟାର ଷ୍ଟ୍ରାଇକ୍‌ରେ ୨୦୦ରୁ ଅଧିକ ଆତଙ୍କବାଦୀ ମରିଛନ୍ତି। ସେମାନେ ପାକିସ୍ତାନ ପାଇଁ ଶତ୍ରୁଙ୍କ ବିରୋଧରେ ଲଢ଼ୁଥିବାରୁ ସେମାନଙ୍କୁ ମୁଜାହିଦ୍‌ କହିଛନ୍ତି, ଯେକି ଆଲ୍ଲାଙ୍କଠାରୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ପାଇବ ବୋଲି ମଧ୍ୟ ଅଧିକାରୀ ଜଣକ କହିଛନ୍ତି। ସେ ମୃତ ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବାକୁ ମଧ୍ୟ ଭେଟିଛନ୍ତି।”


ଖବର ସରାବରାହ ସଂସ୍ଥା ଏଏନ୍‌ଆଇକୁ ସେରିଙ୍ଗ୍ କହିଛନ୍ତି, “ଏହି ଭିଡିଓଟି କେତେ ସତ ତାହା ମୁଁ ଜାଣିନି, କିନ୍ତୁ ପାକିସ୍ତାନ କିଛି ନା କିଛି ଲୁଚାଉଛି ନିଶ୍ଚୟ ଯାହାକି ବାଲାକୋଟ୍‌ଠାରେ ଘଟିସାରିଛି। ସେଠାରେ ହୋଇଥିବା କ୍ଷୟକ୍ଷତିର ଖବର ସଂଗ୍ରହ ପାଇଁ ନା ସ୍ଥାନୀୟ ମିଡିଆ ନା ଅନ୍ତର୍ଜାତୀୟ ଗଣମାଧ୍ୟମ, କାହାରିକୁ ମଧ୍ୟ ଛଡ଼ାଯାଉନାହିଁ। ପାକିସ୍ତାନ କେବଳ ଦାବି କରିଆସୁଛି ଯେ, ଆକ୍ରମଣ ହୋଇଛି ଏବଂ କେବଳ ଜଙ୍ଗଲ ନଷ୍ଟ ହୋଇଛି।”

ସେ ଆହୁରି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି, ଯଦି କିଛି ହୋଇନାହିଁ ଏତେଦିନ ଧରି ପାକିସ୍ତାନ ଏହି ଅଞ୍ଚଳକୁ କର୍ଡନ୍‌ କରି ରଖିବାର କୌଣସି ଆବଶ୍ୟକତା ନାହିଁ। ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସ୍ୱାଧୀନ ମତ ରଖିବାକୁ ଦିଆଯାଉ।

ଏପରିକି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମଧ୍ୟ ସ୍ୱୀକାର କରିଆସିଛି ସେଠାରେ ମଦ୍ରାସା ଥିଲା। ଏସବୁକୁ ଭିତ୍ତି କରି ସେରିଙ୍ଗ କହିଛନ୍ତି, ସ୍ପଷ୍ଟ ହୋଇସାରିଛି ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ସଫଳ ହୋଇଛି। କିଛି ହୋଇନି ପ୍ରମାଣିତ କରିବାକୁ ହେଲେ ପାକିସ୍ତାନ ଅନ୍ତର୍ଜାତୀୟ ଗଣମାଧ୍ୟମଙ୍କୁ ଘଟଣାସ୍ଥଳକୁ ଛାଡ଼ିବାକୁ ହେବ। ସୂଚନାଯୋଗ୍ୟ ଯେ, ପୁଲ୍‌ୱାମାଠାରେ ଜୈଶ ଆତ୍ମଘାତୀ ବିସ୍ଫୋରଣ ଘଟାଇ ୪୦ ସିଆରପିଏଫ୍‌ ଯବାନଙ୍କ ଜୀବନ ନେବାପରେ ବାଲାକୋଟ୍‌ଠାରେ ଏହାର ପ୍ରତିଶୋଧ ନେଇଥିଲା ଭାରତୀୟ ବାୟୁସେନା।



from Odisha Reporter https://ift.tt/2HhzKzc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages