ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସାଡାର ହେବେ ସଲମାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସାଡାର ହେବେ ସଲମାନ୍

ମୁମ୍ବାଇ: ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ କେବଳ ନିଜ ଫିଲ୍ମ ପାଇଁ ନୁହନ୍ତି, ଲୋକମାନଙ୍କୁ ସାହାଯ୍ୟ କରିବାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ନୂଆ ନୂଆ ଚେହେରାକୁ ବଲିଉଡରେ ସୁଯୋଗ ଦେବା ପାଇଁ ସେ ସବୁ ବେଳେ ପ୍ରୟାସ କରୁଥିବା ବେଳେ ତାଙ୍କ ପ୍ରୟାସ ପାଇଁ କିଛି କଳାକାର ଆଜି ସୁପରଷ୍ଟାର ପାଲଟିଛନ୍ତି।  ଏହା ବ୍ୟତୀତ ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ଜରିଆରେ  ଲୋକମାନଙ୍କର ମାଗଣା ଚିକିତ୍ସା, ଗ୍ରାମାଞ୍ଚଳର ପିଲାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଘର, ଖାଦ୍ୟ ଓ ବସ୍ତ୍ର ଦାନ କରିବା ପାଇଁ ମଧ୍ୟ ସେ ପରିଚିତ। ଏତେ ସବୁ ମଧ୍ୟରେ ଏବେ ସଲମାନ ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସାଡ଼ାର ହେବାକୁ ଯାଉଥିବା ଜଣା ପଡ଼ିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ। ସେ କହିଛନ୍ତି, ‘ମୁଁ ଏହି ବିଷୟରେ ସଲମାନଙ୍କ ସହ ଫୋନ ଯୋଗେ କଥା ହୋଇଛି। ସଲମାନ ମୋର ପ୍ରସ୍ତାବରେ ରାଜି ମଧ୍ୟ ଅଛନ୍ତି।’ ଏହି ଖବର ଶୁଣି ସଲମାନଙ୍କ ପ୍ରଶଂସକମାନେ ବେଶ୍ ଖୁସି ଥିବା ଜଣାପଡ଼ିଛି। ଏପରି ହେବା ଦ୍ୱାରା ମଧ୍ୟପ୍ରଦେଶର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଦେଶବିଦେଶରେ ଆହୁରି ପରିଚିତ ହୋଇ ପାରିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ।



from Odisha Reporter https://ift.tt/2SOF66x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages