୧୯ ବର୍ଷ ଶାସନରେ ରାଜ୍ୟରେ ୨୦ଟି ଜିଲ୍ଲାର ପିଲାଙ୍କ ପୁଷ୍ଟି ଆଫ୍ରିକାଠାରୁ ଖରାପ: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

୧୯ ବର୍ଷ ଶାସନରେ ରାଜ୍ୟରେ ୨୦ଟି ଜିଲ୍ଲାର ପିଲାଙ୍କ ପୁଷ୍ଟି ଆଫ୍ରିକାଠାରୁ ଖରାପ: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉଟ୍‌ ଲୁକ୍‌ ସ୍ପିକ୍‌ ଆଉଟ୍‌ର ରି-ଇମେଜିଂ ଓଡ଼ିଶା କାର୍ଯ୍ୟକ୍ରମରେ ଓଡ଼ିଶାର ଅପପୁଷ୍ଟିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ସରକାରଙ୍କ ପରେ ବର୍ଷିଛନ୍ତି। ୧୯ ବର୍ଷ ଶାସନ କାଳରେ ରାଜ୍ୟରେ ୨୦ଟି ଜିଲ୍ଲାର ପିଲାଙ୍କୁ ପୁଷ୍ଟି ଆଫ୍ରିକାଠାରୁ ଖରାପ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “୨୦୧୯ରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୦୯ ଓ ୨୦୧୪ରୁ ଭିନ୍ନ ହେବ। ୨୦୦୯ ଓ ୧୪ରେ ଓଡ଼ିଶାର ମତଦାତା ମୁଖ୍ୟମନ୍ତ୍ରୀ କେନ୍ଦ୍ରିକ ନିର୍ବାଚନରେ ମତ ଦେବାକୁ ଆସୁଥିବା ବେଳେ ୨୦୧୯ରେ ପ୍ରଧାନମନ୍ତ୍ରୀ ଓ ମୋଦି କେନ୍ଦ୍ରିକ ହେବ। ଓଡ଼ିଶାର ମତଦାତା ମୋଦିଙ୍କ ନେତୃତ୍ୱକୁ ସମର୍ଥନ କରି ରାଜ୍ୟ ସରକାର ଗଠନରେ ସମର୍ଥନ ଦେବେ।”

ସେ କହିଛନ୍ତି, “୧୯ ବର୍ଷ ଗୋଟିଏ ରାଜ୍ୟ ପାଇଁ ଲମ୍ବା ସମୟ। ମାତ୍ର ଦୀର୍ଘଦିନର ସ୍ଥିର ସରକାର ପରେ ବି ରାଜ୍ୟର ୨୦ଟି ଜିଲ୍ଲାର ଶିଶୁଙ୍କ ପୁଷ୍ଟି, ରକ୍ତହୀନତା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଫ୍ରିକା ଦେଶମାନଙ୍କଠାରୁ ବି ଖରାପ ସ୍ଥିତିରେ ରହିଛି।”

ସେ ଆହୁରି କହିଛନ୍ତି, “ରାଜ୍ୟ ସରକାରଙ୍କ ସଫଳତା କେବଳ ପ୍ରଚାର ସର୍ବସ୍ୱ ହୋଇଛି। ଭୂମିହୀନଙ୍କୁ ଭୂମି ଯୋଗାଇ ଦେବାକୁ ‘ଜାଗା ଯୋଜନା’ ବିଷୟରେ ରାଜ୍ୟ ସରକାର ପ୍ରଚାର କରୁଛନ୍ତି। ହେଲେ ତଥ୍ୟ କହୁଛି, ରାଜ୍ୟରେ ୩୦ ଲକ୍ଷ ଭୂମିହୀନ ଅଛନ୍ତି।  ଜିଲ୍ଲାପାଳମାନେ ଜାଗା ଯୋଗାଇ ଦେବାକୁ କ୍ଷମତାପ୍ରାପ୍ତ, ହେଲେ ୧୯ ବର୍ଷରେ ଏହି କ୍ଷେତ୍ରରେ ପ୍ରଗତି କାହିଁକି ନାହିଁ ?”



from Odisha Reporter https://ift.tt/2GVkGXT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages