ଘରକୁ ନେଇ ଆସନ୍ତୁ ଏହି ତିନିଟି ଜିନିଷ: ହୋଇଯିବେ ମାଲାମାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଘରକୁ ନେଇ ଆସନ୍ତୁ ଏହି ତିନିଟି ଜିନିଷ: ହୋଇଯିବେ ମାଲାମାଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତେ ନିଜ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଉନ୍ନତି କରିବା ନିମନ୍ତେ ଆଶାବାଦୀ ଥାଆନ୍ତି। ଏଥିପାଇଁ ସେମାନେ ଦିନରାତି ପରିଶ୍ରମ ମଧ୍ୟ କରିଥାନ୍ତି।  ହେଲେ ବହୁ କ୍ଷେତ୍ରରେ ଦେଖାଯାଏ ପରିଶ୍ରମ ତୁଳନାରେ ସଫଳତା ମିଳେ ନାହିଁ।  ଆଶାନୁରୂପ ସଫଳତା ନ ମିଳିବାରୁ ମଣିଷ ନିରାଶ ଓ ଚିନ୍ତାଗ୍ରସ୍ତ ହୋଇଯାଏ। ହେଲେ ଏହାର କାରଣ ଖୋଜି ପାଇନଥାଏ। କିନ୍ତୁ ଆମେ ଜାଣି ରଖିବ ଉଚିତ ଯେ, ସଫଳତା ପାଇବା ପାଇଁ କଠିନ ପରିଶ୍ରମ ଯେତେ ଜରୁରୀ ଭାଗ୍ୟର ସାଥ ଦେବା ବି ସେତେ ଜରୁରୀ ହୋଇଥାଏ।

ଆଜି ଆମେ ଆପଣଙ୍କୁ ଚିନ୍‌ର ବାସ୍ତୁଶାସ୍ତ୍ର ପେଙ୍ଗଶୁଇର ୩ଟି ଏପରି ଜିନିଷ ବିଷୟରେ କହିବୁ, ଯାହାକୁ ଘରେ ରଖିଲେ ଆପଣଙ୍କୁ ଆଶାନୁରୂପ ସଫଳତା  ମିଳିବ। ଏହି ୩ଟି ଜିନିଷକୁ ଘରେ ରଖିଲେ ଦୁର୍ଭାଗ୍ୟ ତୁରନ୍ତ ପିଛା ଛାଡ଼ିଦିଏ ଓ ବ୍ୟକ୍ତିର ଧନ ବୃଦ୍ଧି ହେବାକୁ ଲାଗେ।

୧) ଧାତୁ ନିର୍ମିତ କଇଁଛ: ଫେଙ୍ଗଶୁଇରେ ଧାତୁରେ ତିଆରି ହୋଇଥିବା କଇଁଛର ବେଶ୍ ଅଧିକ ମହତ୍ତ୍ୱ ରହିଛି। ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଯେଉଁ ବ୍ୟକ୍ତିଙ୍କ ଘରର ମୁଖ୍ୟ କକ୍ଷରେ ଏହି ଧାତୁ ନିର୍ମିତ କଇଁଛ ରୁହେ, ତାଙ୍କ ଘରେ ସୁଖ, ଶାନ୍ତି  ବିରାଜମାନ ହେବା ସହ  ଘରର ଉନ୍ନତି ହେବାକୁ ଲାଗେ।

୨) ପିରାମିଡ୍: ଘରେ ଧାତୁ ନିର୍ମିତ ପିରାମିଡ ରଖିଲେ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଫଳରେ ସମସ୍ତ କାମରେ ସଫଳତା ମିଳିଥାଏ। ବେପାରରେ ଉନ୍ନତି ଓ ଚାକିରୀରେ ପଦୋନ୍ନତି ମଧ୍ୟ ହୋଇଥାଏ।

୩) ଧଳା ପଥର- ପେଙ୍ଗଶୁଇ ଅନୁୟାୟୀ ଘରେ ଧଳା ପଥର ରଖିଲେ ବ୍ୟକ୍ତି ଧନବାନ୍ ହୋଇଥାଏ। ଓ କୌଣସି କାମରେ ବାଧା ବିଘ୍ନ ସୃଷ୍ଟି ହେବା ବନ୍ଦ ହୋଇଯାଏ।  ଘରର ଧନ ସମ୍ପତ୍ତି ବୃଦ୍ଧି ହେବାକୁ ଲାଗେ। କେବଳ ଏତିକି ନୁହେଁ ସମାଜରେ ଆପଣଙ୍କୁ ସମ୍ମାନ ମଧ୍ୟ ମିଳିବ।



from Odisha Reporter https://ift.tt/2Ftwi18

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages