ରାଜ୍ୟରେ ପାଞ୍ଚ ହଜାର ସଭା କରିବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ରାଜ୍ୟରେ ପାଞ୍ଚ ହଜାର ସଭା କରିବ ବିଜେପି

pruthiraj

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ସାଧାରଣ ନିର୍ବାଚନ। ଏଥିପାଇଁ ଆକ୍ସନ ମୁଡ୍‌ରେ ଅଛି ରାଜ୍ୟ ବିଜେପି। ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ପାଞ୍ଚ ହଜାର ସଭା କରିବ ଦଳ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ବିଜୟ ସଂକଳ୍ପ ସମାବେଶ ଜରିଆରେ ରାଜ୍ୟରେ ୫ ହଜାର ସଭା କରାଯିବ। ଦୁଇଟି ପ୍ରମୁଖ ପ୍ରସଙ୍ଗ ନେଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଲୋକଙ୍କ ପାଖକୁ ଯିବେ। ପ୍ରଥମଟି ହେଲା- ରାଜ୍ୟ ସରକାର ବଦଳିବା ଦରକାର ଏବଂ ଦ୍ୱିତୀୟଟି ହେଲା- ମୋଦି ସରକାର ପୁଣି ଆସିବା ଦରକାର।”

ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି,“ ୧୦ ତାରିଖରୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ପ୍ରତି ଗାଁ, ପଞ୍ଚାୟତ ଓ ସହରର କୋଣ ଅନୁକୋଣରେ ବିଜୟ ସଂକଳ୍ପ ସମାବେଶ କରିବେ। ନିର୍ବାଚନ ପର୍ଯ୍ୟନ୍ତ ଏହି ସମାବେଶ କରାଯିବ। ନବୀନ ସରକାରଙ୍କ ଛଦ୍ମ ବେଶକୁ ଲୋକମାନଙ୍କ ସମ୍ମୁଖକୁ ଅଣାଯିବ। ରାଜ୍ୟ ସରକାରଙ୍କ ବିରୋଧରେ ସୃଷ୍ଟି ହୋଇଥିବା ବିରୋଧର ବାତାବରଣକୁ ଆଗକୁ ନେବାକୁ ଚେଷ୍ଟା କରାଯିବ।”

ବିଜୟ ସଂକଳ୍ପ ସମାବେଶ ପାଇଁ ଆଜି ଭୁବନେଶ୍ୱରରେ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୪୭ଟି ନିର୍ବାଚନ ମଣ୍ଡଳୀର ପ୍ରଭାରୀ, ଜିଲ୍ଲା ସଭାପତି, ରାଜ୍ୟ ପଦାଧିକାରୀ ଓ ବରିଷ୍ଠ ନେତା ଉପସ୍ଥିତ ରହି ଖସଡ଼ା ପ୍ରସ୍ତୁତ କରିଥିଲେ।



from Odisha Reporter https://ift.tt/2EPDs0o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages