ଆୟୁଷ କରିଦେଲା ଅଲୋଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଆୟୁଷ କରିଦେଲା ଅଲୋଡ଼ା

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଆଜି ବିଶ୍ୱ ମହିଳା ଦିବସ। ମହିଳାଙ୍କୁ ସମ୍ମାନୀତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮ତାରିଖକୁ ବିଶ୍ୱ ମହିଳା ଦିବସ ପାଳନ କରାଯାଇଥାଏ। ହେଲେ ସତରେ କଣ ନାରୀକୁ ସମାଜରେ ସମ୍ମାନ ମିଳୁଛି ?

ଜାୟା,ଜନନୀ, ଭଗିନୀ ଏମିତି ଅନେକ ନାଁରେ ପରିଚିତ ନାରୀ। କେବେ ଶକ୍ତି, ସମୃଦ୍ଧି, ବୁଦ୍ଧି ଏବଂ ବଳିଦାନ ପାଇଁ ପୂଜା ପାଏ ନାରୀ ତ ଆଉ କେତେବେଳେ ଆୟୁଷ ପାଇଁ ଅଲୋଡା ପଡିଯାଏ । ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଆମେ ସେମିତି କିଛି ନାରୀଙ୍କୁ ଭେଟିଥିଲୁ। ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ରହୁଥିବା କିଛି ମହିଳାଙ୍କୁ ଏହି ମହିଳା ଦିବସର ବିଶେଷତ୍ୱ ଏହଂ ନାରୀର ସମ୍ମାନ କଥା ପଚାରିଥିଲୁ। ସେମାନଙ୍କ ମତରେ ଆୟୁଷ ଅଲୋଡା କରିବା ପରେ ସମ୍ମାନ ମିଳିବା ସ୍ୱପ୍ନ ହୋଇପଡିଛି। ଏହି ବୃଦ୍ଧାଶ୍ରମରେ ରହୁଥିବା ମହିଳାଙ୍କ ପାଇଁ ଏହି ଦିବସର ଅର୍ଥ ହିଁ କିଛି ନାହିଁ। ପରିବାରଠୁ ଦୂରେଇ ରହୁଥିବା ଏହି ମହିଳାମାନଙ୍କୁ ଯେତେବେଳେ ମହିଳା ଦିବସ ବିଷୟରେ ପଚରାଗଲା ସେତେବେଳେ ଏମାନଙ୍କ ପାଖରେ କହିବା ପାଇଁ କିଛି ନଥିଲା। କେବଳ ବଲବଲ ହୋଇ ଚାହିଁଥିଲେ।

ମହିଳାଙ୍କ ସମ୍ମାନ ପାଇଁ ପାଳନ ହେଉଥିବା ଏହି ଦିନ ସହ ସେମାନଙ୍କର  କୌଣସି ସମ୍ପର୍କ ହିଁ ନାହିଁ। କିଛି ମହିଳା ତ ନାରୀ ଜନ୍ମ ଏକ ପାପ, ସେଥିପାଇଁ ସେମାନେ ଆଜି ବୃଦ୍ଧାଶ୍ରମରେ  ଦଣ୍ଡ ପାଉଛନ୍ତି ବୋଲି କୋହଭରା କଣ୍ଠରେ କହିଥିଲେ।

ତାଙ୍କ କହିବା କଥା, ଯଦି ଜୀବନରେ ଆଉ କିଛି ନାହିଁ, ଏ ଦିବସର ମୂଲ୍ୟ କ’ଣ । ପିଲା ଦିନୁ ଆଜି ପର୍ଯ୍ୟନ୍ତ ସେମାନେ କୌଣସି ସୁବିଧା ସୁଯୋଗ ପାଇ ନାହାନ୍ତି। ପ୍ରକୃତରେ ଯଦି ତାଙ୍କ ସମ୍ମାନ କଥା ଚିନ୍ତା କରାଯାଇଥାନ୍ତା ତେବେ ସେମାନେ ଆଜି ଅଲୋଡ଼ କାହିଁକି ପଡ଼ିଥାନ୍ତେ।

 

 

 



from Odisha Reporter https://ift.tt/2XKtIMz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages