ଗୋଷ୍ଠୀକନ୍ଦଳ ଯୋଗୁ ଭାଙ୍ଗିଥିଲା ଜନତା ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ଗୋଷ୍ଠୀକନ୍ଦଳ ଯୋଗୁ ଭାଙ୍ଗିଥିଲା ଜନତା ଦଳ

ନୂଆଦିଲ୍ଲୀ: ଦେଶର ୭ମ ନିର୍ବାଚନ ହୋଇଥିଲା ୧୯୮୦ରେ। ଜରୁରୀକାଳୀନ ପରିସ୍ଥିତିରେ କଂଗ୍ରେସ  ପ୍ରତି ଲୋକଙ୍କର ଥିବା କ୍ରୋଧର ଫାଇଦା ନେଇ ୬ଷ୍ଠ ଲୋକସଭା ନିବାଚନରେ କ୍ଷମତାକୁ ଆସିଥିଲା ଜନତା ଦଳ । ହେଲେ ଜନତା ଦଳର ସ୍ଥିତି ସେ ସମୟରେ ବହୁତ ଦୁର୍ବଳ ଥିଲା। ନିର୍ବାଚନରେ ଦଳକୁ ମାତ୍ର ୨୭୦ ଆସନ ମିଳିଥିଲା। ଭାରତୀୟ ଲୋକଦଳ ନେତା ଅର୍ଜ୍ଜୁନ ସିଂ, ଜଗଜ୍ଜୀବନ ରାମ କଂଗ୍ରେସ ଛାଡ଼ି ଜନତା ଦଳ ମେଣ୍ଟରେ ସାମିଲ ହୋଇଥିଲେ ସତ, କିନ୍ତୁ ମୋରାରଜୀ ଦେଶାଇଙ୍କୁ ବିରୋଧ କରୁଥିଲେ।

ଜରୁରୀକାଳୀନ ପରିସ୍ଥିତିରେ କିପରି ମାନବଅଧିକାର ଉଲ୍ଲଙ୍ଘନ ହୋଇଥିଲା ତାହାର ତଦନ୍ତ ପାଇଁ ସରକାର ଏକ ଟ୍ରିବ୍ୟୁନାଲ ଗଢିଥିଲେ । ଟ୍ରିବ୍ୟୁନାଲ ଇନ୍ଦିରାଗାନ୍ଧୀଙ୍କୁ ଏଥିପାଇଁ ଦୋଷୀ ସାବ୍ୟସ୍ତ  କରିବା ସହ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ।

ହେଲେ ଜନତା ଦଳର ମେଣ୍ଟ ସରକାର ବେଶି ଦିନ କ୍ଷମତାରେ ରହି ପାରି ନ ଥିଲା। ଦଳରେ ଗୋଷ୍ଠୀ କନ୍ଦଳ ବଢିଲା। ୧୯୭୯ରେ ଭାରତୀୟ ଜନସଂଘର ନେତା ଏ.ବି.ବାଜପେୟୀ, ଏଲ.କେ.ଆଡଭାନୀ ପ୍ରମୁଖ ଯେତେବେଳେ ସରାକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେଲ ଜନତା ଦଳ ଭାଙ୍ଗିଗଲା। ଏଥିସହିତ ଦେଶାଇ ସରକାର ବହୁମତ ହରାଇଲା। ଦେଶାଇ ସଂସଦରେ ତାଙ୍କ ସରକାରର ସଂଖ୍ୟା ଗରିଷ୍ଠତା ଦେବାରେ ବିଫଳ ହେଲେ ଏବଂ ପଦରୁ ଇସ୍ତଫା ଦେଲେ। ଏହାପରେ ଅବଶ୍ୟ ଚରଣ ସିଂ ଜନତା ମେଣ୍ଟର କିଛି ନେତାଙ୍କୁ ନେଇ ନିଜର ବହୁମତ ସାବ୍ୟସ୍ତ କରି ପାରିଥିଲେ ଏବଂ ପ୍ରଧାନମନ୍ତ୍ରୀ ପଦରେ ଆସୀନ ହେଲେ। ହେଲେ କଂଗ୍ରେସ ପ୍ରଥମେ ଚରଣ ସିଂଙ୍କୁ ସମର୍ଥନ ଦେବ ବୋଲି ପ୍ରତିଶ୍ରୁତି ଦେଇ ପରେ ସମର୍ଥନ ପ୍ରତ୍ୟାହାର କରିନେଲା। ଫଳରେ ୧୯୮୦ରେ ଦେଶର ୭ମ ଲୋକସଭା ନିର୍ବାଚନ ପାଇଁ ଘୋଷଣା କରାଗଲା।

ଦଳ ମଧ୍ୟରେ ଅନ୍ତର୍ନ୍ଦ୍ୱନ୍ଦ୍ୱ, ଗୋଷ୍ଠୀକନ୍ଦଳ ତଥା ଦେଶକୁ ଏକ ସ୍ଥିର ସରକାର ଦେବାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିଲା ଜନତା ଦଳ, ଯାହାର ଫାଇଦା ଉଠାଇଥିଲା କଂଗ୍ରେସ। ୭ମ ଲୋକସଭା ନିର୍ବାଚନରେ କଂଗ୍ରେସ ୩୫୧ସିଟ୍‌ରେ ଜିତି ସରକାର ଗଢିଥିଲା। ଜନତା ଦଳ ଏବଂ ଏହାର ସମର୍ଥିତ ଦଳକୁ ମିଳିଥିଲା ମାତ୍ର ୩୨ଟି ସିଟ୍‌।

ଜନତା ଦଳ ଭାଙ୍ଗିଗଲା । ଦୀର୍ଘ ବର୍ଷ ଧରି ନିଜକୁ ସଂଗଠିତ ମଧ୍ୟ କରି ପାରି ନ ଥିଲା। ତଥାପି ଏକ ମେଣ୍ଟ ଦଳ ହୋଇ କଂଗ୍ରେସକୁ ହରାଇ ଭାରତର ରାଜନୈତିକ ଇତିହାସରେ ଏକ ଉଦାହରଣ ସୃଷ୍ଟି କରିଥିଲା।



from Odisha Reporter https://ift.tt/2W5T0TK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages