ଇନୋଭାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଇନୋଭାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ

money1

ଝାରସୁଗୁଡ଼ା(ଭାଗୀରଥୀ ସାହୁ): ଝାରସୁଗୁଡା ପୁଲିସ୍‌ର ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍ ବଡ଼ମାଲ ଥାନା ସମ୍ମୁଖରେ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏକ ଇନୋଭାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ଗାଡ଼ିଟି ସମ୍ବଲପୁରରୁ ଛତିଶଗଡ଼ର ଚମ୍ପାକୁ ଯାଉଥିବା ବେଳେ ଏହି ଟଙ୍କା ଜବତ କରାଯାଇଛି।

ଗାଡ଼ିର ମାଲିକଙ୍କ ନାଁ ଅରବିନ୍ଦ ଅଗ୍ରୱାଲ। ତାଙ୍କ ଘର ଛତିଶଗଡ଼ ଚମ୍ପାରେ। ସେ ଜଣେ ବ୍ୟବସାୟୀ। ତାଙ୍କୁ ବଡମାଲ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବେଆଇନ୍ ଟଙ୍କା କାରବାର ଉପରେ ରୋକ୍‌ ଲଗାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସେହିକ୍ରମରେ ଗତକାଲି ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଥିଲା।



from Odisha Reporter https://ift.tt/2ux0qDB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages