ନିଜାମାବାଦରେ ଇଭିଏମ ବଦଳରେ ବ୍ୟାଲଟ ପେପରରେ ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ନିଜାମାବାଦରେ ଇଭିଏମ ବଦଳରେ ବ୍ୟାଲଟ ପେପରରେ ମତଦାନ

ହାଇଦ୍ରାବାଦ: ଚଳିତ ସାଧାରଣ ନିର୍ବାଚନରେ ଭୋଟିଂରେ ସ୍ବଚ୍ଛତା ଆଣିବା ପାଇଁ ଇଭିଏମ ଓ ଭିଭିପାଟ ମିଳିତ ବ୍ୟବହାର କରାଯାଉଛି। ହେଲେ ପ୍ରଥମ ଥର ପାଇଁ ତେଲେଙ୍ଗାନାର ନିଜାମାବାଦ ଲୋକସଭା ଆସନ ପାଇଁ ଭୋଟର ମାନେ ଇଭିଏମ ବଦଳରେ ବ୍ୟାଲଟ ପେପରରେ ଭୋଟ ଦେବାକୁ ଯାଉଛନ୍ତି। ଏହାର ଏକ ବିଶେଷ କାରଣ ମଧ୍ୟ ରହିଛି । ନିଜାମାବାଦରେ ୧୮୫ ଜଣ ଲୋକସଭା ପ୍ରାର୍ଥୀ ରହିଛନ୍ତି। ଇଭିଏମରେ ୬୩ ଜଣ ପ୍ରାର୍ଥୀଙ୍କ ତାଲିକା ରଖିବାର କ୍ଷମତା ଥିବାରୁ ଶେଷରେ ବ୍ୟାଲଟ ପେପରେ ମତଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। ୧୮୫ ପ୍ରାର୍ଥୀଙ୍କ ମଧ୍ୟରେ ୧୭୮ ଜଣ ଚାଷୀ ପ୍ରାର୍ଥୀ ହୋଇଛନ୍ତି।

ବର୍ତ୍ତମାନ ଏହି ଆସନରୁ ତେଲେଙ୍ଗାନାର ଶାସକ ଦଳ ଟିଆରଏସରୁ କଲଭକୁନ୍ତଳା କବିତା ସାଂସଦ ଅଛନ୍ତି। ମୁଖ୍ଯମନ୍ତ୍ରୀ କେସି ରାଓଙ୍କ ଝିଅ ହେଉଛନ୍ତି କବିତା। ଏହି ଆସନରେ ଟିଆରଏସ, ବିଜେପି ଓ କଂଗ୍ରେସ ପ୍ରମୁଖଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ।

ତେଲେଙ୍ଗାନାରେ ୧୭ଟି ଲୋକସଭା ଆସନ ପାଇଁ ମୋଟ ୪୪୩ ଜଣ ପ୍ରାର୍ଥୀ ଥିବା ଜଣାପଡ଼ିଛି। ଏପ୍ରିଲ ୧୧ରେ ଏହି ୧୭ଟି ଆସନ ପାଇଁ ମତଦାନ ହେବ।



from Odisha Reporter https://ift.tt/2Fz6CjM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages