ପୁଅ ବାହାଘର ପାଇଁ ୨୦୦୦ ଅନାଥ ପିଲାଙ୍କୁ ଖାଦ୍ୟ ପରସିଲେ ଅମ୍ବାନୀ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ପୁଅ ବାହାଘର ପାଇଁ ୨୦୦୦ ଅନାଥ ପିଲାଙ୍କୁ ଖାଦ୍ୟ ପରସିଲେ ଅମ୍ବାନୀ ଦମ୍ପତି

ମୁମ୍ବାଇ: ରିଲାଏନ୍ସ କମ୍ପାନୀର ମୁଖ୍ୟ ମୁକେଶ ଅମ୍ବାନୀ ଦେଶର ସବୁଠୁ ଧନୀ ଶିଳ୍ପପତି ହୋଇଥିଲେ ମଧ୍ୟ ସେ କେବେ ନିଜର ସାମାଜିକ ଦାୟିତ୍ୱକୁ ଭୁଲନ୍ତି ନାହିଁ। ସମାଜେ ସେବାରେ ସେ ସର୍ବଦା ନିଜକୁ ନିୟୋଜିତ ରଖନ୍ତି। ଗତକାଲି ନିଜ ପୁଅ ଆକାଶଙ୍କର ରାଜକୀୟ ଆଡ଼ମ୍ବରରେ ବିବାହ ଉତ୍ସବ ଅନୁଷ୍ଟିତ ହୋଇଥିଲା।

ଏହିପରିପ୍ରେକ୍ଷୀରେ ମୁମ୍ବାଇର ସମସ୍ତ ଅନାଥ ଆଶ୍ରମ ଏବଂ ବୃଦ୍ଧାଶ୍ରମରେ ଏକ ସସ୍ତାହ ପର୍ଯ୍ୟନ୍ତ ଭୋଜନ ବ୍ୟବସ୍ଥା କରିଛନ୍ତି ମୁକେଶ।  ବୁଧବାର ଏଥିପାଇଁ ପ୍ରାୟ ୨ ହଜାର ଅନାଥ ପିଲାଙ୍କୁ ଖାଦ୍ୟ ପରସିଛନ୍ତି ମୁକେଶ ଅମ୍ବାନୀ। ନିଜେ ମୁକେଶ ଓ ପତ୍ନୀ ନୀତା ଉପସ୍ଥିତ ରହି ପିଲାମାନଙ୍କୁ ଖାଦ୍ୟ ପରସିଥିଲେ। କେବଳ ସେତିକି ନୁହଁ ମୁମ୍ବାଇର ସମସ୍ତ ବୃଦ୍ଧାଶ୍ରମ ଓ ଅନାଥଶ୍ରମକୁ ଏକ ବର୍ଷ ପାଇଁ ରିଲାଏନ୍ସ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ମୁକେଶ ଅମ୍ବାନୀ ଘୋଷଣା କରିଥିଲେ।

ଉଭୟେ କହିଥିଲେ ଯେ, ଆମ ଖୁସିରେ ସମସ୍ତ ମୁମ୍ବାଇବାସୀ ସାମିଲ ହେବାକୁ ଆମେ ଚାହୁଁଛୁ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଗତ ଡିସେମ୍ବରେ ଝିଅ ଇଶାଙ୍କ ବାହାଘରରେ ଏମିତି କିଛି ଆୟୋଜନ କରିଥିଲେ ଅମ୍ବାନୀ।  ସେତେବେଳେ ସେ ରାଜସ୍ଥାନରେ ୫୦୦୦ଲୋକଙ୍କୁ ଖାଇବାକୁ ଦେଇଥିଲେ।



from Odisha Reporter https://ift.tt/2HpKsDd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages