ବିରାଟ୍‌ଙ୍କ ସହ ଅଫେଆର୍‌କୁ ନେଇ ମୁହଁ ଖୋଲିଲେ ତମନ୍ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ବିରାଟ୍‌ଙ୍କ ସହ ଅଫେଆର୍‌କୁ ନେଇ ମୁହଁ ଖୋଲିଲେ ତମନ୍ନା

tammana

ମୁମ୍ବାଇ: ୨୦୧୨ରେ ବିରାଟ କୋହଲି ଓ ତମନ୍ନା ଭାଟିୟାଙ୍କ ଆଫେଆରକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ଦୁହେଁ ଏକ ବିଜ୍ଞାପନ ଫିଲ୍ମରେ ଏକାଠି କାମ କରିଥିଲେ। ଯାହାପରେ ତାଙ୍କ ଅଫେଆର୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ଦୁହେଁ କେବେ ବି ଏହି ସମ୍ପର୍କକୁ ସ୍ୱୀକାର କରି ନ ଥିଲେ।

କୁହାଯାଉଥିଲା ଦୁହେଁ କିଛି ସମୟ ଧରି ଡେଟ୍‌ କରିବା ପରେ ଅଲଗା ହୋଇଯାଇଥିଲେ। କୋହଲି ବ୍ରାଜିଲିୟ ମଡେଲ୍‌ ଇଜାବେଲ୍‌ (Izabelle Leite) ସହ ନିକଟତର ହେଉଥିବାରୁ ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ବୋଲି କୁହାଯାଏ।

ନିକଟରେ ଫିଲ୍ମ ଫେଆରକୁ ଦେଇଥିବା ସାକ୍ଷାତକାରରେ ତମନ୍ନା, ବିରାଟ କୋହଲୀଙ୍କ ସହ ଡେଟ୍‌ କରିବା ନେଇ ମୁହଁ ଖୋଲିଥିଲେ। ଆଡ୍‌ ଫିଲ୍ମ ଶୁଟିଂ ପରେ ଦୁହେଁ କେବେବି କଥାବାର୍ତ୍ତା ହୋଇନାହାନ୍ତି କି ଦେଖା ହୋଇ ନାହାନ୍ତି ବୋଲି କହିଛନ୍ତି ତମନ୍ନା।

ଏ ସବୁ ସ୍ପଷ୍ଟ କରିବା ସହ ଏହି ଅଭିନେତ୍ରୀ ଜଣକ କହଲୀଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି।

କହିଛନ୍ତି…

ମୁଁ ଏକଥା ନିଶ୍ଚିତ କହିବି ମୁଁ ଯେତେ ଜଣଙ୍କ ସହ କାମ କରିଛି ସେମାନଙ୍କ ମଧ୍ୟରେ ବିରାଟ ଖୁବ୍‌ ଭଲ ଥିଲେ।

ତେବେ ତମନ୍ନାଙ୍କ ବୟାନ୍‌ରେ କେତେ ସତ୍ୟତା ଅଛି ଏକଥା ଜଣା ନାହିଁ। କିନ୍ତୁ ଏବେ ଦୁହେଁ ପରସ୍ପରର ଜୀବନରେ ଆଗକୁ ବଢ଼ି ସାରିଛନ୍ତି। ଡିସେମ୍ବର ୨୦୧୭ରେ ବିରାଟ କୋହଲୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଇଟାଲୀରେ ବିବାହ କରିଥିଲେ। ବାହାଘର ପୂର୍ବରୁ ଓ ପରେ ଦୁହେଁ କୌଣସି ସୁଯୋଗ ଛାଡ଼ି ନାହାନ୍ତି ପରସ୍ପରକୁ ନିଜ ପ୍ରେମ ଅନୁଭବ କରାଇବାରେ। ଅନ୍ୟପକ୍ଷରେ ତମନ୍ନା ନିଜ ଫିଲ୍ମ କ୍ୟାରିଅରରେ ଖୁବ୍‌ ବ୍ୟସ୍ତ ଅଛନ୍ତି। ଏହା ଛଡ଼ା ଚଳିତବର୍ଷ ତମ୍ମନା ନିଜ ବୟଫ୍ରେଣ୍ଡ୍‌ଙ୍କୁ ବିବାହ କରିବା ନେଇ ଚର୍ଚ୍ଚା ହେଉଛି।

 



from Odisha Reporter https://ift.tt/2Esi1Bw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages