
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ର ନେତ୍ରୀ କୁସୁମ ଟେଟେଙ୍କ ସହିତ ଆଉ ଜଣେ ବିଜେଡି ନେତା ବି ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ନାଁ ପ୍ରମୋଦ ପଟ୍ଟନାୟକ। ସେ କଳାହାଣ୍ଡି ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ପଦରେ ଥିଲେ।
ପ୍ରମୋଦ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥିରେ ତାଙ୍କୁ ଟିକେଟ୍ ନ ଦିଆଯିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।
ଇସ୍ତଫାପତ୍ରରେ ପ୍ରମୋଦ ଲେଖିଛନ୍ତି, ଗତ ନିର୍ବାଚନ ବେଳେ ଜଣେ ଅଜଣା ଓ ଅଣ-ରାଜନୀତିକ ବ୍ୟକ୍ତି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ୍ ଦିଆଗଲା। ୨୦୧୯ରେ ମୋତେ ଟିକେଟ୍ ଦିଆଯିବ ବୋଲି ଆପଣ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ଯେ ଆପଣ ପୁଣି ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ୍ ଦେଲେ, ଯାହାଙ୍କ ଭାବମୂର୍ତ୍ତି ଜୁନାଗଡ଼ରେ କ୍ଷୁର୍ଣ୍ଣ ହୋଇସାରିଛି। ପୂରା ଯାଦବ ସମାଜ ତାଙ୍କୁ ବିରୋଧ କରୁଛି। ଏହି କାରଣରୁ ମୁଁ ଇସ୍ତଫା ଦେଉଛି।”
ସେ ଆହୁରି ଲେଖିଛନ୍ତି,“ଯଦି ଦଳର ନେତା କଥା ରଖିପାରିବେନି, ତା’ହେଲେ ମୁଁ ନିଜକୁ ସୁରକ୍ଷିତ ମଣିପାରୁ ନାହିଁ ଓ ଏହା ମୋତେ ବାଧିଛି।”
ବିଜେଡିରୁ ଇସ୍ତଫା ଦେଇଥିବା କୁସୁମ ଟେଟେ ବି କହିଛନ୍ତି ଯେ ତାଙ୍କ ସହିତ ପ୍ରତାରଣା କରାଯାଇଛି।
ସୂଚନାଯୋଗ୍ୟ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଓ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ପ୍ରମୁଖ ବିଜେଡି ଛାଡ଼ିଛନ୍ତି। ବଳଭଦ୍ର ମାଝି ବିଜେପିରେ ମିଶିଛନ୍ତି।
from Odisha Reporter https://ift.tt/2TNdZOj
No comments:
Post a Comment