
ସୋର (ଶଶିକାନ୍ତ ବେହେରା): ମାତ୍ର ୫ ଟଙ୍କା ଖୁଚୁରାକୁ ନେଇ ଗଣ୍ଡଗୋଳ ହେବା ପରେ ପେଟ୍ରୋଲ୍ ପମ୍ପ କର୍ମଚାରୀମାନେ ତିନି ଜଣ ଯୁବକଙ୍କୁ ଆଣ୍ଠେଇ ଦେବା ଘଟଣା ସୋର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ବିଳମ୍ବିତ ରାତିରେ ଉତ୍ତରେଶ୍ୱର ବଜାର ନିକଟରେ ଥିବା ରିଲାଏନ୍ସ ପେଟ୍ରୋଲ୍ ଟାଙ୍କିରେ ଏ ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱରର ତିନି ଜଣ ଯୁବକ ଗୋଟିଏ ବାଇକ୍ରେ ମାର୍ଗୋଣା ଯାଇଥିଲେ। ରାତିରେ ସେଠାରୁ ଫେରିବା ବେଳେ ଉତ୍ତରେଶ୍ୱର ବଜାର ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପେଟ୍ରୋଲ୍ ପମ୍ପରେ ତେଲ ପକାଇଥିଲେ। ସେମାନେ ୯୫ ଟଙ୍କାର ତେଲ ପକାଇଥିଲେ ଓ ୧୦୦ ଟଙ୍କା ଦେଇଥିଲେ। ଉପସ୍ଥିତ ପେଟ୍ରୋଲ୍ ପମ୍ପ କର୍ମଚାରୀ ତାଙ୍କୁ ୫ ଟଙ୍କା ଫେରାଇଥିଲେ। ତେବେ ସେ ୫ ଟଙ୍କିଆ କଏନ ନଦେଇ ୨ଟଙ୍କିଆ ଓ ୧ ଟଙ୍କିଆ କଏନ୍ ଦେଇଥିଲେ। ଉକ୍ତ ଯୁବକମାନେ ଖୁଚୁରା ନ ଦେଇ ୫ ଟଙ୍କିଆ କଏନ୍ଟିଏ ଦେବାକୁ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ମାରପିଟ ପର୍ଯ୍ୟନ୍ତ ଯାଇଥିଲା। ପରେ ପେଟ୍ରୋଲ୍ ଟାଙ୍କିର ମାଲିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଦୀର୍ଘ ସମୟ ଧରି ଏହି ତିନି ଯୁବକଙ୍କୁ ସେଠାରେ ଆଣ୍ଠେଇ ଦେଇଥିଲେ।
ସୋର ପୁଲିସ୍ ଖବର ପାଇଁ ସେଠାରେ ପହଞ୍ଚିଥିଲା ଓ ଉକ୍ତ ଯୁବକମାନଙ୍କୁ ଉଦ୍ଧାର କରିଥିଲା। ଏ ଘଟଣା ନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ତିନି ଯୁବକଙ୍କୁ ଆଣ୍ଠେଇ ଦେବା କଥାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି।
from Odisha Reporter https://ift.tt/2ut28G0
No comments:
Post a Comment