
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାର୍ଥୀ ତାଲିକା ଘୋଷଣା ପରେ ନିଜ ଯୋଦ୍ଧାଙ୍କୁ ପ୍ରସ୍ତୁତ କରିଛି ବିଜେପି। ମଇଦାନରେ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଓହ୍ଲାଇବେ ହେଭିୱେଟ୍ ଓ ଷ୍ଟାର ପ୍ରଚାରକ। ଓଡ଼ିଶାରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିବେ। ମୋଦି ମାର୍ଚ୍ଚ ୨୯ ଓ ଏପ୍ରେଲ ୧ ତାରିଖରେ ଓଡ଼ିଶା ଆସିବେ। ୨୯ତାରିଖରେ ଜୟପୁର ଓ ଏପ୍ରେଲ ୧ ତାରିଖରେ କଳାହାଣ୍ଡିରେ ସାଧାରଣ ସଭାରେ ମୋଦି ଉଦବୋଧନ ଦେବାର କର୍ଯ୍ୟକ୍ରମ ରହିଛି।
ଉଭୟ ଆସନରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଅଛି। ଏହା ପୂର୍ବରୁ ୨୬ ତାରିଖରୁ ବିଜେପିର ଷ୍ଟାର୍ ପ୍ରଚାରକ ଓଡ଼ିଶାରେ କ୍ୟାମ୍ପେନିଂ କରିବେ। କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ,ଆର.କେ. ସିଂହ, ସଂଜୟ ପାଶ୍ୱାନ, ଜୟନ୍ତ ସିହ୍ନା, ରାମବିଚାର ନେତମଙ୍କ ସମେତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ପ୍ରଚାରର ମଙ୍ଗ ଧରିବେ। ଆଜି ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
from Odisha Reporter https://ift.tt/2FuIy1g
No comments:
Post a Comment