ତ୍ୱଚାକୁ ଉଜ୍ଜ୍ୱଳ କରେ ଗରମ ପାଣି ଓ ହଳଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ତ୍ୱଚାକୁ ଉଜ୍ଜ୍ୱଳ କରେ ଗରମ ପାଣି ଓ ହଳଦୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଦିନ ସକାଳେ ଖାଲି ପେଟରେ ଗରମ ପାଣି କିମ୍ୱା ଖାଲି ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଏହା ଏକ ଭଲ ଅଭ୍ୟାସ। ଏହା ଦ୍ୱାରା ଆପଣଙ୍କ ଶରୀରକୁ ଅନେକ ଲାଭ ମିଳିଥାଏ। ଯଦି ଆପଣ ନଖ ଉଷୁମ ପାଣିରେ ଅଧା ଚାମଚ ହଳଦୀ ପକାଇ ପିଇବେ, ତେବେ ଏହାର ଉପକାରିତା ଆହୁରି ବୃଦ୍ଧି ପାଇଥାଏ।

ହଳଦୀରେ କୁର୍‌କୁମିନ୍‌ ଆଣ୍ଟି-ଇନଫ୍ଲାମେଣ୍ଟାରୀ ଓ ଆଣ୍ଟି- ଅକ୍ସିଡାଣ୍ଟ ଗୁଣ ଭରପୂର ହୋଇ ରହିଛି। ଯଦି ଆପଣ ସକାଳେ ଖାଲି ପେଟରେ ଏହାକୁ ପିଇବେ ତେବେ ଆପଣଙ୍କ ଲିଭର୍‌ ସଫା ରହିବା ସହିତ ମସ୍ତିଷ୍କର କୋଷିକା ମଧ୍ୟ ସୁସ୍ଥ ରହିବ। ଏହା ବ୍ୟତୀତ ମଧ୍ୟ ଆପଣଙ୍କୁ ଅନେକ ରୋଗରୁ ଉପଶମ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଖାଲି ପେଟରେ ଗରମ ପାଣିରେ ହଳଦୀ ମିଶାଇ ପିଇଲେ କ’ଣ ସବୁ ଲାଭ ମିଳିଥାଏ।

୧. ଖାଦ୍ୟ ହଜମ ହୋଇଥାଏ
ସକାଳେ ଗରମ ପାଣିରେ ଅଧଚାମଚ ହଳଦୀ ମିଶାଇ ପିଇଲେ ଏହା ଆପଣଙ୍କ ପିତ୍ତକୋଷକୁ ପିତ୍ତରସ ଉତ୍ପାଦନ କରିବା ପାଇଁ ଉତ୍ତେଜିତ କରିଥାଏ। ଏହି ପିତ୍ତରସ ଖାଦ୍ୟକୁ ସହଜରେ ହଜମ କରାଇବାରେ  ସାହାଯ୍ୟ କରିଥାଏ। ଯଦି ଆପଣ ଅଧିକ ଫାଷ୍ଟଫୁଡ୍‌ ଖାଉଛନ୍ତି, ତେବେ ହଳଦୀ ଓ ଗରମ ପାଣି ପ୍ରତିଦିନ ପିଇବା ଅଭ୍ୟାସ କରନ୍ତୁ।
୨. ଜଳାପୋଡ଼ା କମ୍ କରିଥାଏ
ହଳଦୀରେ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଯାହା ଶରୀରରେ ହେଇଥିବା ଇନ୍‌ଫେକସନ୍‌କୁ କମ୍‌ କରିଥାଏ। ଏହା ସହିତ ଆପଣଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ। ଏଥିପାଇଁ ଆର୍ଥରାଇଟିସ୍‌ରେ ପୀଡ଼ିତ ରୋଗୀ ଗରମ ପାଣି ସହ ହଳଦୀ ନିୟମିତ ପିଇବା ଉଚିତ୍‌।

୩. ତ୍ୱଚା ଉଜ୍ଜ୍ୱଳ କରେ
ହଳଦୀ ତ୍ୱଚା ପାଇଁ ବରଦାନ ସଦୃଶ କାମ କରିଥାଏ। ଯଦି ଆପଣ ହଳଦୀ ଓ ଗରମ ପାଣି ପିଇବେ ତେବେ ଆପଣଙ୍କ ତ୍ୱଚାର ରଙ୍ଗ ପରିବର୍ତ୍ତନ ହେବା ସହିତ ଉଜ୍ଜ୍ୱଳ ମଧ୍ୟ ହେବ। ହଳଦୀରେ ପ୍ରାକୃତିକ ଭାବରେ ରକ୍ତକୁ ସଫା କରିବାର ଗୁଣ ରହିଛି। ଏହା ତ୍ୱଚାର ଟକ୍ସିନକୁ ବାହାର କରି ସଫା, ସୁନ୍ଦର ଓ ଉଜ୍ଜ୍ୱଳ କରିଥାଏ।
୪.ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ
ହଳଦୀରେ ଏଣ୍ଡୋ-ଟକ୍ସିକ୍‌ ଗୁଣ ରହିଛି। ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ହଳଦୀ ଓ ଗରମ ପାଣି ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ଥଣ୍ଡା ଓ ଫ୍ଲ୍ୟୁ  ପରି ଇନ୍‌ଫେକ୍‌ସନ୍‌ ହୋଇନଥାଏ। ଏହା ସହିତ ଭାଇରସ୍‌ ସହିତ ଲଢ଼ିବା ପାଇଁ ଆପଣଙ୍କ ଶରୀରକୁ ଶକ୍ତି ମିଳିଥାଏ।



from Odisha Reporter https://ift.tt/2HaCNsR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages