ମୋଦିଙ୍କୁ ତେର୍‌ଛା ଟାର୍ଗେଟ୍‌ର ସ୍ପଷ୍ଟୀକରଣ ରଖିଲେ ନୀତୀନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ମୋଦିଙ୍କୁ ତେର୍‌ଛା ଟାର୍ଗେଟ୍‌ର ସ୍ପଷ୍ଟୀକରଣ ରଖିଲେ ନୀତୀନ୍‌

ନୂଆଦିଲ୍ଲୀ: ସମସ୍ତଙ୍କ ଅଲକ୍ଷ୍ୟରେ ବିଜେପିରେ ନିଜର ଦବ୍ଦବା ଜାହିର କରିବା ପାଇଁ ପୂରା ଦମ୍‌ରେ ଲାଗିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ୍ ଗଡ଼କରୀ। କେହି କେହି ସେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା କହୁଥିବାବେଳେ ବିଭିନ୍ନ ସମୟରେ ତାଙ୍କର ମନ୍ତବ୍ୟ ଏବଂ ନିକଟରେ ତାଙ୍କ ଜୀବନୀକୁ ନେଇ ଆସୁଥିବା ଫିଲ୍ମ ଏହି ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି। ତେବେ ସେ ମୋଦିଙ୍କ ‘ଅଚ୍ଛେଦିନ୍‌’କୁ ଟାର୍ଗେଟ୍‌ କରୁଥିବା ଦର୍ଶାଇ ତାଙ୍କର ଏକ ଭାଷଣ ଚର୍ଚ୍ଚାକୁ ଆସିବା ପରେ ସେ ଏହାର ସ୍ପଷ୍ଟୀକରଣ ରଖିଛନ୍ତି।

ସେ ନିକଟରେ କହିଥିଲେ, ସ୍ୱପ୍ନ ଦେଖାଉଥିବା ନେତା ଲୋକଙ୍କୁ ଭଲ ଲାଗେ। କିନ୍ତୁ ସ୍ୱପ୍ନ ଦେଖାଇ ସେସବୁକୁ ପୂରଣ ନକଲେ ଜନତା ମାଡ଼ ମାରନ୍ତି। ତେଣୁ ପୂରଣ କରିହେବାକୁ ଥିବା ସ୍ୱପ୍ନ ଦେଖାଇବା ଉଚିତ ବୋଲି ସେ କହିଛନ୍ତି। ସେନିଜକୁ ସ୍ୱପ୍ନ ଦେଖାଉଥିବା ଗୋଷ୍ଠୀରେ ସମାଲ କରିନାହାନ୍ତି କହିବା ସହିତ କହିଛନ୍ତି, ମୁଁ ଯାହା କହେ ଶତପ୍ରତିଶତ ପୂରଣ କରେ।

ସେ ଆଜି ସ୍ପଷ୍ଟ କରିଦେଛନ୍ତି, ମୋ ମତାମତକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଥିଲା। କେହି ଜଣେ ଏହାକୁ ଶିରୋନାମାରେ ସ୍ଥାନ ଦେଇଦେଇଥିଲେ। ମୋ କାନ୍ଧରେ କାଇଁ ବନ୍ଧୁକ ରଖାଯାଉଛି । ମୁଁ ସିଧା କଥା କହେ, ମୁଁ ଯାହା କହିବାକୁ ଚାହେଁ କହେ। କିନ୍ତୁ ମୁଁ ଗଣମାଧ୍ୟମକୁ ଭୁଲ ଦେଉନି। ଏହା ଆପଣଙ୍କ ବ୍ୟବସାୟର କଥା, କିଛି ସମସ୍ୟା ନାହିଁ।

ସେ ଆହୁରି ମଧ୍ୟ କହିଥିଲେ, “ମୁଁ କହିଥିଲି ଯେ, ସମାଧାନ ସେତେବେଳେ ଆସିବ, ଯେତେବେଳେ ଖୋଜିବ। ଆମେ ଆମ କାମରେ କେବେ ମଧ୍ୟ ସନ୍ତୁଷ୍ଟ ହୋଇଯିବା କଥା ନୁହେଁ। ଅଛେ ଦିନ୍‌ ସମସ୍ତଙ୍କ ପାଇଁ ସମାନ ନୁହେଁ।”



from Odisha Reporter https://ift.tt/2IKIeQT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages