ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ଆହତ

ରାଉରେକଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରୁଟକୁପିଢ଼ି – ଚିକଟଚଣ୍ଡୀ ଫରେଷ୍ଟ ରୋଡ୍‌ରେ ପୁଲିସ୍‌ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ତିର୍କୀ ଆହତ ହୋଇଛି। ତା’ର ଆଣ୍ଠୁରେ ଗୁଳି ବାଜିଛି। ତାକୁ ଆଇଜିଏଚ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ରବିବାର ସନ୍ଧ୍ୟାରେ ରୁଟକୁପିଢ଼ି – ଚିକଟଚଣ୍ଡୀ ଫରେଷ୍ଟ ରୋଡ୍‌ରେ ଅନୀଲ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ୍‌ ଅଚାନକ୍‌ ଚଢ଼ାଉ କରିଥିଲା। ଏହି ସମୟରେ ସେ ପୁଲିସ୍‌କୁ ଦେଖି ପ୍ରଥମ ଗୁଳି ଚଳାଇଥିଲା। ତେବେ ପୁଲିସ୍‌ର ପାଲଟା ଗୁଳି ଚାଳନାରେ ତା’ର ଆଣ୍ଠୁରେ ଗୁଳି ବାଜିଥିଲା। ଏହାପରେ ପୁଲିସ୍‌  ଅନୀଲକୁ କାବୁ କରିଥିଲା।

ଅନୀଲ ନିକଟରୁ ପୁଲିସ୍‌ ଗୋଟିଏ ପିସ୍ତଲ , ୩ ଟି ଗୁଳି ଓ ଗୋଟିଏ ବାଇକ୍‌ ଜବତ କରିଛି। ତା’ ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୨ଟି ଡକାୟତି ମାମଲା ରହିଛି ।



from Odisha Reporter https://ift.tt/2HBICA5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages